୧୦ ବର୍ଷ ପରେ ମାଆର ଅପମାନକାରୀର ହତ୍ୟା କଲା ପୁଅ

Advertisment

ଆପଣ ହୁଏତ ସିନେମାରେ ଏଭଳି ଅନେକ କାହାଣୀ ଆଗରୁ ଦେଖିଥିବେ। ଜଣେ ମାଆର ଅପମାନକୁ ମନେ ରଖି ଦୀର୍ଘ ବର୍ଷ ପରି ପ୍ରତିଶୋଧ ନିଏ ପୁଅ। ଏପରି କାହାଣୀ କେବଳ ଯେ ଫିଲ୍ମରେ ଦେଖିବାକୁ ମିଳେ ତାହା ନୁହେଁ। ନିକଟରେ ଏପରି ଏକ ଘଟଣା ଘଟିଛି; ଯାହା କୌଣସି କାହାଣୀଠାରୁ କମ୍‌ ନୁହେଁ।

ଆପଣ ହୁଏତ ସିନେମାରେ ଏଭଳି ଅନେକ କାହାଣୀ ଆଗରୁ ଦେଖିଥିବେ। ଜଣେ ମାଆର ଅପମାନକୁ ମନେ ରଖି ଦୀର୍ଘ ବର୍ଷ ପରି ପ୍ରତିଶୋଧ ନିଏ ପୁଅ। ଏପରି କାହାଣୀ କେବଳ ଯେ ଫିଲ୍ମରେ ଦେଖିବାକୁ ମିଳେ ତାହା ନୁହେଁ। ନିକଟରେ ଏପରି ଏକ ଘଟଣା ଘଟିଛି; ଯାହା କୌଣସି କାହାଣୀଠାରୁ କମ୍‌ ନୁହେଁ।

New Project (13)

ଲକ୍ଷ୍ନୌ: ଆପଣ ହୁଏତ ସିନେମାରେ ଏଭଳି ଅନେକ କାହାଣୀ ଆଗରୁ ଦେଖିଥିବେ। ଜଣେ ମାଆର ଅପମାନକୁ ମନେ ରଖି ଦୀର୍ଘ ବର୍ଷ ପରି ପ୍ରତିଶୋଧ ନିଏ ପୁଅ। ଏପରି କାହାଣୀ କେବଳ ଯେ ଫିଲ୍ମରେ ଦେଖିବାକୁ ମିଳେ ତାହା ନୁହେଁ। ନିକଟରେ ଏପରି ଏକ ଘଟଣା ଘଟିଛି; ଯାହା କୌଣସି କାହାଣୀଠାରୁ କମ୍‌ ନୁହେଁ।

ଏକ ଦଶନ୍ଧି ପୂର୍ବେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କୁ ଅପମାନିତ କରି ମାଡ଼ ମାରିଥିଲେ। ଏହାକୁ କ୍ଷମା ନକରିପାରି ନିଷ୍ଠୁରତା ବହନ କରିଥିଲେ ସେହି ମହିଳାଙ୍କ ପୁଅ। ମାତୃପ୍ରେମୀ ଯୁବକ ଜଣକ ହେଉଛନ୍ତି ସୋନୁ କଶ୍ୟପ। ସେ ନିଜ ମାଆଙ୍କୁ ଅପମାନିତ କରିଥିବା ସେହି ବ୍ୟକ୍ତିଙ୍କୁ ଧରିବା ପାଇଁ ଦୀର୍ଘ ୧୦ ବର୍ଷ ପର୍ଯ୍ୟନ୍ତ ରାସ୍ତାରେ ଘୂରି ବୁଲୁଥିଲେ। 

ତେବେ ସେ ଉକ୍ତ ବ୍ୟକ୍ତିଙ୍କ ହତ୍ୟା କରିବା ପାଇଁ ତାଙ୍କର ବନ୍ଧୁମାନଙ୍କୁ ଠୁଳ କରିଥିଲେ। ସୋନୁର ବନ୍ଧୁମାନେ ତାଙ୍କ ସହିତ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ହୋଇଥିଲେ। ସେମାନେ ଏକ ଭଲ ଭାବରେ ଯୋଜନା ପ୍ରସ୍ତୁତ କରି ପଇଡ଼ ବିକାଳି ମନୋଜଙ୍କୁ ହତ୍ୟା କଲେ। କିନ୍ତୁ ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସେମାନେ ପୁଲିସ୍‌ ହାତରେ ଧରାପଡ଼ିଗଲେ। ବର୍ତ୍ତମାନ ହତ୍ୟାକାରୀମାନେ ଜେଲ୍‌ରେ ବନ୍ଦୀ ଅଛନ୍ତି। ଅଭିଯୁକ୍ତମାନେ ହେଉଛନ୍ତି ସୋନୁ, ରଞ୍ଜିତ, ଆଦିଲ, ସଲାମୁ ଏବଂ ରେହମତ ଅଲି।

ଉଲ୍ଲେଖଯୋଗ୍ୟ, ପ୍ରାୟ ୧୦ ବର୍ଷ ପୂର୍ବେ ମନୋଜ ଏକ ବିବାଦକୁ ନେଇ ସୋନୁଙ୍କ ମାଆଙ୍କୁ ମାଡ଼ ମାରି ଅଞ୍ଚଳରୁ ପଳାଇ ଯାଇଥିଲେ। ତାଙ୍କ ମାଆଙ୍କୁ କରାଯାଇଥିବା ଅପମାନରେ କ୍ରୋଧିତ ହୋଇ ସୋନୁ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ସମୟ ବିତିଗଲା, କିନ୍ତୁ ସେ ହାର ମାନିଲେ ନାହିଁ। ପ୍ରାୟ ତିନି ମାସ ପୂର୍ବେ, ସେ ଶେଷରେ ତାଙ୍କୁ ସହରର ମୁନସି ପୁଲିଆ ଅଞ୍ଚଳରେ ଦେଖିପାରିଲେ। ସେଠାରୁ ତାଙ୍କର ପ୍ରତିଶୋଧ ନେବାର ଯୋଜନା ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe