ନୂଆଦିଲ୍ଲୀ: ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ ଭାରତ ଗଠନ ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ବାମପନ୍ଥୀ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ପ୍ରତିରକ୍ଷା ରଣନୀତି ଆପଣାଇଛନ୍ତି। ଯୋଜନାବଦ୍ଧ ହସ୍ତକ୍ଷେପ ଏବଂ ସୁରକ୍ଷାବାହିନୀଙ୍କର ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଯୋଗୁ ଦେଶରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୦୧୪ରେ ୧୨୬ରୁ ୨୦୨୫ରେ ୧୧କୁ ଖସି ଆସିଛି।
ସେହିପରି ସବୁଠୁ ପ୍ରଭାବିତ ଜିଲ୍ଲାଗୁଡ଼ିକର ସଂଖ୍ୟା ୩୬ରୁ ୩କୁ ହ୍ରାସ ପାଇଛି। ପୂର୍ବରୁ ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର କିଛି ଭାଗକୁ ଲାଲ୍ କରିଡର କୁହାଯାଉଥିଲା। ବର୍ତ୍ତମାନ ଏହାର ପ୍ରଭାବ ଅତ୍ୟନ୍ତ ସୀମିତ ହୋଇଯାଇଛି।
ଆହୁରି ପଢ଼ନ୍ତୁ:Hari Shankar temple wall collapsed: ଭାଙ୍ଗିଲା ହରିଶଙ୍କର ମନ୍ଦିର ପାଚେରୀ: ତୁରନ୍ତ ନିର୍ମାଣ ପାଇଁ ଦାବି
ମାଓ ହିଂସା ଘଟଣା ୨୦୦୪-୧୪ ମଧ୍ୟରେ ୧୬,୪୬୩ ଥିବା ବେଳେ ୨୦୧୪-୨୦୨୪ ଅବଧିରେ ୫୩% ହ୍ରାସ ପାଇ ୭,୭୪୪ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ସଂଖ୍ୟା ୧,୮୫୧ରୁ ୭୩% ହ୍ରାସ ପାଇ ୫୦୯ରେ ପହଞ୍ଚିଛି । ସେହିପରି ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୭୦% ହ୍ରାସ ପାଇ ୪,୭୬୬ରୁ ୧,୪୯୫ରେ ପହଞ୍ଚିଛି।
୨୦୨୫ରେ ୩୧୭ ନକ୍ସଲ ନିହତ ହୋଇଥିବା ବେଳେ ୮୬୨ ଜଣ ଗିରଫ ଏବଂ ୧,୯୭୩ ଜଣ ଆତ୍ମସମର୍ପଣ କରିଛନ୍ତି। ୨୦୨୪ରେ ୨୯୦ ଜଣ ନିହତ, ୧,୦୯୦ଜଣ ଗିରଫ ଏବଂ ୮୮୧ ଜଣ ଆତ୍ମସମର୍ପଣ କରିଥିଲେ। ମୋଟ୍ ୨୮ଜଣ ଶୀର୍ଷ ମାଓନେତା ନିହତ ହୋଇଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ୬ ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ନିହତ ହୋଇନ୍ତି। ୨୩ ମେ’ ୨୦୨୫ରେ ୨୭ ଜଣ ହାର୍ଡକୋର ନକ୍ସଲ ଅପରେସନ ବ୍ଲାକ ଫରେଷ୍ଟରେ ନିହତ ହୋଇଥିଲେ। ଗତ ଅକ୍ଟୋବର ମାସରେ ଛତିଶଗଡ଼ ଏବଂ ମହାରାଷ୍ଟ୍ରରେ ୨୭୦ରୁ ଅଧିକ ନକ୍ସଲ ଆତ୍ମସମର୍ପଣ କରିଥିଲେ।
କେନ୍ଦ୍ର ସରକାର ନକ୍ସଲ ମୁକାବିଲା ପାଇଁ ଗତ ୧୦ ବର୍ଷ ମଧ୍ୟରେ ୫୮୬ଟି ସୁରକ୍ଷିତ ପୁଲିସ ଷ୍ଟେସନ ନିର୍ମାଣ କରିଛନ୍ତି। ୨୦୧୩ରେ ୭୬ଟି ଜିଲ୍ଲାର ୩୩୦ ଥାନାଞ୍ଚଳ ନକ୍ସଲ ପ୍ରଭାବିତ ଥିଲା। ଏହି ସଂଖ୍ୟା ଏବେ ୨୨ଟି ଜିଲ୍ଲାର ୫୨ଟି ଥାନାଞ୍ଚଳକୁ ଖସି ଆସିଛି। ଏହାବ୍ୟତୀତ ଗତ ୬ ବର୍ଷ ମଧ୍ୟରେ ୩୬୧ଟି ନୂଆ ସୁରକ୍ଷା ଶିବିର ଏବଂ ରାତ୍ରିକାଳୀନ ଅବତରଣ ଲାଗି ୬୮ଟି ହେଲିପ୍ୟାଡ୍ ନିର୍ମାଣ କରାଯାଇଛି ।
କେନ୍ଦ୍ର ସରକାର ନକ୍ସଲ ସମ୍ପତ୍ତି ଉପରେ ଅଙ୍କୁଶ ଲଗାଇବାକୁ ସମନ୍ୱିତ ପଦକ୍ଷେପ ନେଇଛନ୍ତି। ଏନଆଇଏ ୪୦ କୋଟି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧୨ କୋଟି ଏବଂ ରାଜ୍ୟ ସୁରକ୍ଷା ବାହିନୀ ୪୦ କୋଟି ଟଙ୍କାକୁ ମିଶାଇ ନକ୍ସଲମାନଙ୍କର ୯୨ କୋଟିରୁ ଅଧିକ ସମ୍ପତ୍ତି ଜବତ କରାଯାଇଛି। ଗତ ୧୧ ବର୍ଷ ମଧ୍ୟରେ ମାଓ ପ୍ରଭାବିତ ରାଜ୍ୟରେ ସୁରକ୍ଷା ସଂକ୍ରାନ୍ତ ବ୍ୟୟ ବାବଦରେ କେନ୍ଦ୍ର ସରକାର ୩,୩୩୧ କୋଟି ଟଙ୍କା ଜାରି କରିଛନ୍ତି, ଯାହାକି ପୂର୍ବ ଦଶ ବର୍ଷ ତୁନରେ ୧୫୫% ଅଧିକ।
ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନାରେ କେନ୍ଦ୍ର ସରକାର ୩୭୧ କୋଟି ଟଙ୍କା ଏବଂ ସୁରକ୍ଷିତ ପୁଲିସ ଷ୍ଟେସନ ପାଇଁ ୬୨୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାବ୍ୟତୀତ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ଯୋଜନାରେ ୩,୮୧୭.୫୯ କୋଟି ଟଙ୍କା ଯୋଗାଇ ଦିଆଯାଇଛି। କେନ୍ଦ୍ରୀୟ ଏଜେନ୍ସିକୁ ସହାୟତା ଯୋଜନା ଅଧୀନରେ ଗତ ଦଶ ବର୍ଷ ମଧ୍ୟରେ ୧୨୫.୫୩ କୋଟି ଟଙ୍କା ଏବଂ ଡାକ୍ତରଖାନା ଉନ୍ନତିକରଣ ଲାଗି ୧୨.୫୬ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି।
ମାଓ ପ୍ରଭାବିତ ଅଞ୍ଚଳରେ ସଡ଼କ ନିର୍ମାଣ ପାଇଁ ୨୦,୮୧୫ କୋଟି ଟଙ୍କା ବ୍ୟୟରେ ୧୨,୦୦୦ କିମି ସଡ଼କ ନିର୍ମାଣ କରାଯାଇଥିବା ବେଳେ ୧୭,୫୮୯ କିମି ରାସ୍ତାକୁ ମଞ୍ଜୁରି ମିଳିଛି । ୪,୦୮୦ କୋଟି ଟଙ୍କା ବ୍ୟୟରେ୨,୩୪୩ ମୋବାଇଲ ଟାୱାର ନିର୍ମାଣ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨,୨୧୦ କୋଟି ଟଙ୍କା ବ୍ୟୟରେ ୨,୫୪୨ ଟି ଟାୱାର ନିର୍ମାଣ କରାଯାଇଛି। ସେହିପରି ଆକାଂକ୍ଷୀ ଜିଲ୍ଲା ଏବଂ ଫୋର୍ ଜି ସମ୍ପୂର୍ଣ୍ଣକରଣ ଯୋଜନାରେ ୮,୫୨୭ ଫୋର୍ ଜି ଟାୱାରକୁ ମଞ୍ଜୁରୀ ମିଳିଥିବା ବେଳେ ଏବେ ସୁଦ୍ଧା ଯଥାକ୍ରମେ ୨,୫୯୬ ଏବଂ ୨,୭୬୧ ଟାୱାର କାର୍ଯ୍ୟକ୍ଷମ ହୋଇଛି।
ନକ୍ସଲ ପ୍ରଭାବିତ ଅଞ୍ଚଳରେ ୧,୮୦୪ ବ୍ୟାଙ୍କ ଶାଖା, ୧,୩୨୧ ଏଟିଏମ ଏବଂ ୩୭,୮୫୦ ବ୍ୟାଙ୍କ ପ୍ରତିନିଧିଙ୍କୁ ନିଯୁକ୍ତି ମିଳିଥିବା ବେଳେ ୯୦ଟି ଜିଲ୍ଲାରେ ୫,୮୯୯ ଡାକ ଘର ଖୋଲାଯାଇଛି। ସେହିପରି ୪୯୫ କୋଟି ଟଙ୍କା ବ୍ୟୟରେ ୪୮ଟି ଆଇଟିଆଇକୁ ମଞ୍ଜୁରି ମିଳଛି। ଏହାଛନା ୬୧ଟି ଦକ୍ଷତା ବିକାଶ କେନ୍ଦ୍ରକୁ
ଅନୁମୋଦନ କରାଯାଇଛି। ଏବେ ସୁଦ୍ଧା ୪୬ ଆଇଟିଆଇ ଏବଂ ୪୯ଟି ଦକ୍ଷତା ବିକାଶ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇସାରିଛି। ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ଆର୍ଥିକ ସହାୟତା ଓ ଜୀବିକା ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି।
ଆହୁରି ପଢ଼ନ୍ତୁ:CCTV Cameras At Border: ସୀମାନ୍ତରେ ସିସି କ୍ୟାମେରା ଲଗାଇବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କଲେ ସାଂସଦ
ଆତ୍ମସର୍ପଣ କରୁଥିବା ନକ୍ସଲଙ୍କୁ ମାସିକ ୧୦ ହଜାର ଟଙ୍କାର ଷ୍ଟାଇପେଣ୍ଡ
ଆତ୍ମସର୍ପଣ କରୁଥିବା ଶୀର୍ଷ ନକ୍ସଲ ୫ ଲକ୍ଷ ଟଙ୍କା, ମଧ୍ୟମ ଓ ନିମ୍ନ କ୍ୟାଡର ନକ୍ସଲଙ୍କୁ ୨.୫ ଲକ୍ଷ ଟଙ୍କା ସହିତ ୩୬ ମାସ ପାଇଁ ମାସିକ ୧୦ ହଜାର ଟଙ୍କାର ଷ୍ଟାଇପେଣ୍ଡ ବ୍ୟବସ୍ଥା କରାଯାଇଛି । ଫଳରେ ବହୁସଂଖ୍ୟାରେ ନକ୍ସଲ ଆତ୍ମସର୍ପଣ କରି ସମାଜର ମୁଖ୍ୟଧାରାକୁ ଫେରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/15/a-naxal-free-india-from-the-red-corridor-a-decisive-decade-2025-12-15-20-29-02.jpg)