ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ପଶ୍ଚିମବଙ୍ଗ ଥିବା ବେଳେ ସୀମାନ୍ତ ପ୍ରବେଶ ପଥ ମୁକୁଳା ପଡ଼ିଛି। ଫଳରେ ଲଘୁ ଖଣିଜ ଚୋରା ଚାଲାଣ ସହ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଜିଲ୍ଲାର ସମସ୍ତ ଥାନା ମଧ୍ୟରୁ ୧୪ଟି ଥାନା ଆନ୍ତଃରାଜ୍ୟ ସୀମାକୁ ଲାଗିଛି। ଏହାପରେ ମଧ୍ୟ କାର୍ଯ୍ୟକଳାପ ନିୟନ୍ତ୍ରଣ କରାଯାଇପାରୁ ଯାଇପାରୁନାହିଁ।

Advertisment

ପୁଲିସ ପାଟ୍ରୋଲିଂ ନାହିଁ

ସୀମାନ୍ତରେ ସ୍ଥାୟୀ ଭାବେ ୨୪ ଘଣ୍ଟିଆ ପୁଲିସ ପାଟ୍ରୋଲିଂ ମଧ୍ଯ ହେଉନାହିଁ। ଜିଲ୍ଲାର ଆନ୍ତଃରାଜ୍ୟ ପ୍ରବେଶ ପଥରେ ସିସିଟିଭି କ୍ୟାମେରା ଲାଗିନଥିବାରୁ ଚୋରି,ଡକାୟତି,ଲୁଟ,ହତ୍ୟା,ବେଆଇନ ନିଶାଦ୍ରବ୍ୟ ଓ ଲଘୁ ଖଣିଜ ଚୋରାଚାଲାଣ ହେଉଛି। 

ଆହୁରି ପଢ଼ନ୍ତୁ:Pahalgam Terror Attack : ଚାର୍ଜସିଟ୍ ଦାଖଲ କଲା ଏନଆଇଏ

ଅପରାଧ ଘଟାଇ ଅପରାଧୀ ନିମିଷକ ମଧ୍ୟରେ ସହଜରେ ସୀମାନ୍ତ ପାର ହୋଇଯିବାରେ ସକ୍ଷମ ହେଉଛନ୍ତି। ଯାହା ଦ୍ବାରା ଅପରାଧୀଙ୍କୁ ଠାବ କରିବାରେ ପୁଲିସ ପକ୍ଷରେ ଅସମ୍ଭବ ହେଉଛି। ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ସିସିଟିଭି ଟିଭି କ୍ୟାମେର ଲଗାଇବା ଜରୁରୀ ହୋଇପଡ଼ିଛି।

ସୀମାନ୍ତରେ ସିସିଟିଭି ସ୍ଥାପନ କରିବା ପାଇଁ ସାଂସଦ ନବଚରଣ ମାଝୀ ଦାବି କରିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିଟି ସନ୍ଦିଗ୍ଧ ଛକରେ ସିସିଟିଭି ସ୍ଥାପନ ପାଇଁ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲଙ୍କୁ ସାକ୍ଷାତ କରି ଅନୁରୋଧ କରିଛନ୍ତି।

ସୋସିଆଲ ମିଡିଆ ଏକ୍ସରେ ଏସମ୍ପର୍କରେ ନବଚରଣ ମାଝୀ ପଟୋ  ସେୟାର କରି କହିଛନ୍ତି, ‘ମୋ ମୟୂରଭଞ୍ଜ ସାଂସଦୀୟ କ୍ଷେତ୍ର ୨ଟି ରାଜ୍ୟ (ଝାରଖଣ୍ଡ ଓ ପଶ୍ଚିମବଙ୍ଗ)ର ସୀମାନ୍ତବର୍ତ୍ତୀ ହୋଇଥିବାରୁ ଅସାମାଜିକ କାର୍ଯ୍ୟକଳାପ ଏବଂ ମହିଳା ସୁରକ୍ଷା କୁ ଦୃଷ୍ଟିରେ ରଖି ଆଜି ଭାରତ ସରକାରଙ୍କ ମାନ୍ୟବର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ସାକ୍ଷାତ କରି ପ୍ରତିଟି ସନ୍ଦିଗ୍ଧ ଛକରେ ସିସିଟିଭି ଦେବାକୁ ଅନୁରୋଧ କରିଛି।’

ଆହୁରି ପଢ଼ନ୍ତୁ:52 years old Mahima Chaudhuri to marry for the second time: ୫୨ ବର୍ଷୀୟ ମହିମା ଚୌଧୁରୀ କରିବେ ଦ୍ଵିତୀୟ ବିବାହ

ସୀମାନ୍ତ ପ୍ରବେଶ ପଥରେ ସିସିଟିଭି ଲାଗିଲେ ଅପରାଧ ସଂଖ୍ୟା ଧୀରେ ଧୀରେ କମିବ ବୋଲି ଆଶା କରାଯାଉଛି।

ରିପୋର୍ଟ: ତୁଷ‌ାରକାନ୍ତ ମହାନ୍ତ