ଠାକ୍‌ରେ ଗୋଷ୍ଠୀ ପାଇଁ ନୂଆ ସଙ୍କଟ: ନିଜକୁ ଅସଲି ଶିବସେନା ଦାବି କରି ଇସିଙ୍କୁ ଚିଠି ଲେଖିଲେ ସିନ୍ଦେ ଗୋଷ୍ଠୀ

ଶିବସେନା‌ରେ ଆଉ ଏକ ବିଭାଜନ: ନୂଆ ଜାତୀୟ କାର୍ଯ୍ୟକାରିଣୀ ଗଠନ କଲେ ସିନ୍ଦେ

Asianet News Hindi

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଗୋଷ୍ଠୀ ଆଜି ନିର୍ବାଚନ କମିସନ (ଇସି)ଙ୍କୁ ଚିଠି ଲେଖିଛନ୍ତି। ନିଜକୁ ଅସଲି ଶିବସେନା ‌ଦାବି କରି ସିନ୍ଦେ ଗୋଷ୍ଠୀ ନିର୍ବାଚନ କମିସନଙ୍କ ନିକଟରେ ତଥ୍ୟ ରଖିଛନ୍ତି। ସିନ୍ଦେ ଗୋଷ୍ଠୀର ଜଣେ ବରିଷ୍ଠ ବିଧାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀରେ ଇସିର ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଥିଲେ। ସିନ୍ଦେ ଗୋଷ୍ଠୀ ପକ୍ଷରୁ ସେ ନିର୍ବାଚନ କମିସନଙ୍କୁ ଏକ ଚିଠି ଦେଇଥିଲେ। ସିନ୍ଦେ ଗୋଷ୍ଠୀ ପାଖରେ ଶିବସେନାର ଅଧିକାଂଶ ବିଧାୟକ ଏବଂ ସାଂସଦ ଥିବାରୁ ସିନ୍ଦେ ଗୋଷ୍ଠୀ ହିଁ ବାସ୍ତବ ଶିବସେନା ବୋଲି ଏହି ଚିଠିରେ ଦାବି କରାଯାଇଛି। ଉଲ୍ଲେଖ‌ଯୋଗ୍ୟ, ଶିବସେନାର ୧୨ ଜଣ ସାଂସଦ ଏକନାଥ ସିନ୍ଦେଙ୍କୁ ସମର୍ଥନ କରିବା ପରେ ଏବଂ ସେମାନଙ୍କୁ ପୃଥକ୍‌ ଗୋଷ୍ଠୀ ଭାବେ ବିବେଚିତ କରିବାପାଇଁ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଅନୁରୋଧ କରିବା ଦ୍ବାରା ଠାକ୍‌ରେ ଗୋଷ୍ଠୀକୁ ଗତକାଲି ଶକ୍ତ ଝଟ୍‌କା ଲାଗିଥିଲା। ଏବେ ପୁଣି ସିନ୍ଦେ ଗୋଷ୍ଠୀ ନିଜକୁ ବାସ୍ତବ ଶିବସେନା ଦାବି କରି ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହେବାପରେ ଠାକ୍‌ରେ ଗୋଷ୍ଠୀକୁ ଆଉ ଏକ ଝଟ୍‌କା ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe