ସିଙ୍ଗାପୁରକୁ ଫେରିଲା କୋଭିଡ୍‌-୧୯ର ନୂତନ ଲହର

ସିଙ୍ଗାପୁରକୁ ଫେରିଲା କୋଭିଡ୍‌-୧୯ର ନୂତନ ଲହର

ସିଙ୍ଗାପୁର: ପୁଣିଥରେ କୋଭିଡ୍‌-୧୯ର ଆତଙ୍କ ଫେରିଛି। ଅନ୍ୟତମ ସମୃଦ୍ଧ ରାଷ୍ଟ୍ର ସିଙ୍ଗାପୁରରେ ଘାତକ କୋଭିଡ୍‌-୧୯ ସଂକ୍ରମଣର ନୂତନ ଲହର ଦେଖାଦେଇଛି। ବୃଦ୍ଧି ପାଉଥିବା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ସ୍ବାସ୍ଥ୍ୟ ସମ୍ପର୍କିତ ଗାଇଡ୍‌ଲାଇନ୍‌ ଜାରି କରିବା ସହ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ଶନିବାର ସିଙ୍ଗାପୁର ସ୍ବାସ୍ଥ୍ୟମନ୍ତ୍ରୀ ଓଙ୍ଗ୍‌ ୟେ କୁଙ୍ଗ୍‌ ବର୍ଦ୍ଧିତ କେଭିଡ୍‌ ସଂକ୍ରମଣ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ମଇ ୫ରୁ ୧୧ ତାରିଖ ମଧ୍ୟରେ ଦେଶରେ ୨୫ହଜାର ୯୦୦ ମାମଲା ରେକର୍ଡ କରାଯାଇଛି। ଏହି ସଂକ୍ରମଣ ସଂଖ୍ୟା ପୂର୍ବ ସପ୍ତାହରେ ୧୩,୭୦୦ ଥିଲା। ସଂପ୍ରତି ସଂକ୍ରମଣ ଲହର ପ୍ରଥମ ପର୍ଯ୍ୟାୟରେ ରହିଛି।

ବର୍ତ୍ତମାନ ସପ୍ତାହକୁ ପ୍ରାୟ ୨୫୦ ରୋଗୀ ହସ୍‌ପିଟାଲ୍‌ରେ ଭର୍ତ୍ତି ହେଉଛନ୍ତି। ପରବର୍ତ୍ତୀ ଦୁଇରୁ ୪ ସପ୍ତାହ ମଧ୍ୟରେ ଏହା ବୃଦ୍ଧି ପାଇବ ଓ ଜୁନ୍‌ ମାସ‌ ଶେଷ ବେଳକୁ ଶୀର୍ଷ ଛୁଇଁବ। ଏହାକୁ ଦୃଷ୍ଟିରେ ରଖି ପୂର୍ବ ଭଳି କୋଭିଡ୍‌ ପରାମର୍ଶ ଜାରି କରାଯାଇଛି। ହସ୍‌ପିଟାଲ୍‌ରେ ଅଣ ଜରୁରୀ ଚିକିତ୍ସା ଓ ଅସ୍ତ୍ରୋପଚାର ବନ୍ଦ କରିବା ସହ ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ରୋଗୀଙ୍କୁ ସ୍ବତନ୍ତ୍ର ୱାର୍ଡରେ ଚିକିତ୍ସା ପ୍ରଦାନ କରାଯିବା ସହ ଯେଉଁମାନେ କୋଭିଡ୍‌-୧୯ର ଅତିରିକ୍ତ ଟିକା ନେଇନାହାନ୍ତି ସେମାନଙ୍କୁ ଟିକା ନେବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe