ମଦ୍ୟପାନ ବୟସ ନେଇ ସୁପ୍ରିମକୋର୍ଟରେ ମାମଲା

ମଦ ଦୋକାନରୁ ମଦ କିଣିବା ପାଇଁ ୩୦ ବର୍ଷରୁ କମ୍ ବୟସର ବ୍ୟକ୍ତିଙ୍କ ବୟସ ଯାଞ୍ଚ କରିବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ମଦ ଦୋକାନରେ ବୟସ ଯାଞ୍ଚ ପାଇଁ ଏକ ପ୍ରଭାବଶାଳୀ ପ୍ରୋଟୋକଲ କାର୍ଯ୍ୟକାରୀ କରିବାକୁ ଆବେଦନରେ ଦାବି କରାଯାଇଛି।

ଅଦ୍ୟତନ ହୋଇଛି
sc

ନୂଆଦିଲ୍ଲୀ: ମଦ ଦୋକାନରୁ ମଦ କିଣିବା ପାଇଁ ୩୦ ବର୍ଷରୁ କମ୍ ବୟସର ବ୍ୟକ୍ତିଙ୍କ ବୟସ ଯାଞ୍ଚ କରିବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ବର୍ତ୍ତମାନ ମଦ ଦୋକାନ ବାହାରେ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ମଦ ବିକ୍ରି କରାଯିବ ନାହିଁ ବୋଲି ଲେଖାଯାଉଥିଲେ ମଧ୍ୟ ପ୍ରକୃତ ବିକ୍ରି ସମୟରେ ବୟସ ଯାଞ୍ଚ କରାଯାଉନାହିଁ। ମଦ ଦୋକାନରେ ବୟସ ଯାଞ୍ଚ ପାଇଁ ଏକ ପ୍ରଭାବଶାଳୀ ପ୍ରୋଟୋକଲ କାର୍ଯ୍ୟକାରୀ କରିବାକୁ ଆବେଦନରେ ଦାବି କରାଯାଇଛି। ଏହା ଏକ ଦକ୍ଷ ବ୍ୟବସ୍ଥା ଦ୍ୱାରା ସମର୍ଥିତ ହେବା ଉଚିତ୍ ବୋଲି ପିଟିସନରେ କୁହାଯାଇଛି |

ବର୍ତ୍ତମାନ ମଦ ଦୋକାନ ବାହାରେ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ମଦ ବିକ୍ରି କରାଯିବ ନାହିଁ ବୋଲି ଲେଖାଯାଉଥିଲେ ମଧ୍ୟ ପ୍ରକୃତ ବିକ୍ରି ସମୟରେ ବୟସ ଯାଞ୍ଚ କରାଯାଉନାହିଁ। ମଦ ଦୋକାନରେ ବୟସ ଯାଞ୍ଚ ପାଇଁ ଏକ ପ୍ରଭାବଶାଳୀ ପ୍ରୋଟୋକଲ କାର୍ଯ୍ୟକାରୀ କରିବାକୁ ଆବେଦନରେ ଦାବି କରାଯାଇଛି। ଏହା ଏକ ଦକ୍ଷ ବ୍ୟବସ୍ଥା ଦ୍ୱାରା ସମର୍ଥିତ ହେବା ଉଚିତ୍ ବୋଲି ପିଟିସନରେ କୁହାଯାଇଛି ।

ଜଷ୍ଟିସ୍ ବିଆର୍ ଗବାଇ ଏବଂ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କ ସମ୍ମୁଖରେ ଦାଖଲ ହୋଇଥିବା ଆବେଦନ ଉପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। 

ଆସନ୍ତୁ ଜାଣିବା ଦେଶର ବିଭିନ୍ନ ରାଜ୍ୟରେ ମଦ୍ୟପାନର ଆଇନଗତ ବୟସ କ'ଣ ?

ମଦ୍ୟପାନର ଆଇନଗତ ବୟସ ବିଷୟରେ କହିବାକୁ ଗଲେ, ଏହା ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ । ଓଡ଼ିଶାରେ ମଦ ପିଇବାର ସର୍ବନିମ୍ନ ବୟସ ୨୧ ବର୍ଷ ରଖାଯାଇଛି । ଗୋଆ, ପୁଡୁଚେରୀ, ହିମାଚଳ ପ୍ରଦେଶ, ରାଜସ୍ଥାନ, ମେଘାଳୟ ଓ ସିକ୍କିମ ଭଳି ରାଜ୍ୟରେ ୧୮ ବର୍ଷରୁ ଅଧିକ ବୟସର ଲୋକ ମଦ କିଣି ପିଇପାରିବେ। ତେବେ ମହାରାଷ୍ଟ୍ରରେ ମଦ୍ୟପାନ ପାଇଁ ଆଇନଗତ ବୟସ ୨୫ ବର୍ଷ ହୋଇଥିବା ବେଳେ ୨୧ ବର୍ଷରୁ ଅଧିକ ବୟସର ଲୋକ ସେଠାରେ ବିୟର କିଣି ପିଇପାରିବେ। ମହାରାଷ୍ଟ୍ର ଭଳି ଦିଲ୍ଲୀ, ଚଣ୍ଡିଗଡ଼ ଏବଂ ପଞ୍ଜାବରେ ମଧ୍ୟ ମଦ କିଣିବା ଓ ସେବନ ପାଇଁ ସର୍ବନିମ୍ନ ବୟସ ୨୫ ବର୍ଷ। ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ ଓ ଲଦାଖରେ ମଦ କିଣିବା ଓ ପିଇବାର ଆଇନଗତ ବୟସ ୨୧ ବର୍ଷ ରୁ ଅଧିକ।  ମଦ କିଣିବା ଓ ପିଇବା ପାଇଁ କେରଳରେ ସର୍ବନିମ୍ନ ବୟସ ୨୩ ବର୍ଷ ହେବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe