୧୨ ବର୍ଷ ପରେ ଭେଟ ହେଲେ ମାଆ ଓ ପିଲା ହାତୀ; ସୋସିଆଲ୍‌ ମିଡିଆ‌ରେ ଭାଇରାଲ୍‌ ହେଲା ସାକ୍ଷାତ୍ ‌ବେଳର ମନୋରମ ଦୃଶ୍ୟ

୧୨ ବର୍ଷ ପରେ ଭେଟ ହେଲେ ମାଆ ଓ ପିଲା ହାତୀ; ସୋସିଆଲ୍‌ ମିଡିଆ‌ରେ ଭାଇରାଲ୍‌ ହେଲା ସାକ୍ଷାତ୍ ‌ବେଳର ମନୋରମ ଦୃଶ୍ୟ

indianexpress.com

ବର୍ଲିନ୍‌: ଜର୍ମାନର ଏକ ଚିଡ଼ିଆଖାନାରେ ଜଣେ ମାଆ ହାତୀ ଓ ତା’ର ଛୁଆ ହାତୀର ମିଳନ ଏବେ ଚାରିଆଡ଼େ ଚର୍ଚ୍ଚା ବିଷୟ ପାଲଟିଛି। ହାତୀଟି ନିଜ ଛୁଆଠାରୁ ୧୨ ବର୍ଷ କାଳ ଅଲଗା ହୋଇ ରହିବା ପରେ ପୁଣି ଥରେ ସେମାନେ ପରସ୍ପରଙ୍କୁ ଭେଟିବା ବେଳର ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଫଟୋରେ ଦେଖିବାକୁ ମିଳିଛି ଯେ ଅଲଗା ଏନକ୍ଲୋଜରରେ ରହି ଏହି ହାତୀ ପରସ୍ପରକୁ ସ୍ନେହର ସ୍ପର୍ଶ ଦେଉଛନ୍ତି।

ଯେତେବେଳେ ୩୯ ବର୍ଷ ବୟସ୍କା ମହିଳା ହାତୀ ପୋରି ଜର୍ମାନୀର ହାଲ୍ ପାର୍ବତ୍ୟ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତରିତ ହୋଇଥିଲା ସେତେବେଳେ ତା’ର ୧୯ ବର୍ଷର ଝିଅ ହାତୀ ଟାନା ତା’ର ଦୁଇ ପିଲା ହାତୀ ତମିକା (୪ ବର୍ଷ) ଏବଂ ଏଲାନି (୧ ବର୍ଷ) ସହିତ ପୁରୁଣା ଉଦ୍ୟାନରେ ରହିଗଲା। ଏହି ଚାରି ହାତୀ ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ ଦେଖା ହୋଇ ଅତ୍ୟନ୍ତ ଆନନ୍ଦିତ ହୋଇ ପରସ୍କରଙ୍କୁ ଭେଟିଥିବା ଫଟୋରେ ଦେଖିବାକୁ ମିଳିଛି।

ଏହି ଫଟୋ ସେୟାର କରିବା ସମୟରେ ପ୍ରାଣୀ ଉଦ୍ୟାନ ଏହାର ଅଫିସିଆଲ୍ ଫେସବୁକ୍ ପୃଷ୍ଠାରେ ଲେଖିଥିଲା, “ଟାନା ତାଙ୍କର ମାଆ ଓ  ତମିକା ଏବଂ ଏଲାନି ଆଜି ସେମାନଙ୍କ ଆଈ ପୋରିଙ୍କୁ ସ୍ୱାଗତ କରିଛନ୍ତି।’’

publive-image Facebook

ପ୍ରାଣୀ ଉଦ୍ୟାନ  ପକ୍ଷରୁ ଆହୁରି ବି ଲେଖାଯାଇଛି ଯେ, “ଦୁଇ ଦଳ ମୁହାଁମୁହିଁ ହେବା ପରେ ସେମାନେ ହାତୀଙ୍କର ସାଧାରଣ ଧ୍ୱନି କରି ପରସ୍ପରଙ୍କୁ ସାକ୍ଷାତ୍‌ କରିଥିଲେ।’’

ପ୍ରାଣୀ ଉଦ୍ୟାନ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ପୋରି୧୯୮୧ ମସିହାରେ ଜିମ୍ବାୱେରେ ଜନ୍ମଗ୍ରହଣ କରିଥିଲା। ୧୯୮୩ ମସିହାରେ ତାକୁ ଜର୍ମାନୀକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ତାକୁ ପ୍ରଥମେ ମ୍ୟାଗଡେବର୍ଗ ପ୍ରାଣୀ ଉଦ୍ୟାନରେ ଏବଂ ପରେ  ଲିପଜିଗ ପ୍ରାଣୀ ଉଦ୍ୟାନରେ ରଖାଯାଇଥିଲା। ଶେଷରେ, ତାକୁ ପ୍ରଜନନ ପାଇଁ ଟାୟାରପାର୍କ ବର୍ଲିନ୍ ପ୍ରାଣୀ ଉଦ୍ୟାନକୁ ପଠାଗଲା ଏବଂ ୨୦୦୧ ରେ ସେ ପ୍ରଥମ ପିଲା ଜନ୍ମ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe