ନିଶା ବେପାରୀଙ୍କ ସହ ଫଡ଼ନାବିସଙ୍କ ସ୍ତ୍ରୀଙ୍କ ଫଟୋ ଟ୍ବିଟ୍

Advertisment

କଡ଼ା ପ୍ରତିକ୍ରିୟା ରଖିଲେ ଫଡ଼ନାବିସ

କଡ଼ା ପ୍ରତିକ୍ରିୟା ରଖିଲେ ଫଡ଼ନାବିସ

ନିଶା ବେପାରୀଙ୍କ ସହ ଫଡ଼ନାବିସଙ୍କ ସ୍ତ୍ରୀଙ୍କ ଫଟୋ ଟ୍ବିଟ୍

ମୁମ୍ବାଇ: ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ପୁଣି ଗୋଟିଏ ବିବାଦ ସୃଷ୍ଟି କରିଛନ୍ତି। ଏଥର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ନେଇ। ସେ ଜଣେ ନିଶା ବେପାରୀ ଭାବେ ଅଭିଯୁକ୍ତ ଜୟଦୀପ ରାଣାଙ୍କ ସହ ଫଡ଼ନାବିସଙ୍କ ସ୍ତ୍ରୀଙ୍କ ଫଟୋ ଟ୍ବିଟ୍ କରି ଲେଖିଛନ୍ତି- ଆସନ୍ତୁ, ବିଜେପି ଓ ନିଶା ବେପାରୀଙ୍କ ମଧ୍ୟରେ କି ସମ୍ପର୍କ ଅଛି ଆଲୋଚନା କରିବା। ମଲିକ କହିଛନ୍ତି, ଜୟଦୀପ ରାଣା ନିଶା ବେପାର ଅଭିଯୋଗରେ ବର୍ତ୍ତମାନ ଦିଲ୍ଲୀର ସାବରମତି ଜେଲରେ ଅଛନ୍ତି। ଅମୃତା ଫଡ଼ନାବିସଙ୍କ ଗୀତ ‘ରିଭର ଆନ୍ଥେମ୍’ର ସେ ହେଉଛନ୍ତି ଆର୍ଥିକ ପୃଷ୍ଠପୋଷକ। ଏଥିରେ ଦେବେନ୍ଦ୍ର ଫଡ଼ନାବିସଙ୍କ ବିଷୟରେ ବି ଅଛି। ଫଡ଼ନାବିସଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ରାଜ୍ୟରେ ନିଶା ବେପାର ବୃଦ୍ଧି ପାଇଥିଲା ବୋଲି ମଲିକ ଅଭିଯୋଗ କରିଛନ୍ତି।

ନୱାବଙ୍କ ଅଭିଯୋଗ ଉପରେ ତୁରନ୍ତ ପ୍ରତିକ୍ରିୟା ରଖିଛନ୍ତି ଫଡ଼ନାବିସ। ଫଡ଼ନାବିସ କହିଛନ୍ତି ଯେ ମଲିକଙ୍କର ଅଣ୍ଡରୱାର୍ଲଡ୍‌ ସହ ସମ୍ପର୍କ ଅଛି ଏବଂ ସେ ଏହାର ପର୍ଦ୍ଦାଫାସ କରିବେ। କାଚଘରେ ରହୁଥିବା ଲୋକେ ଅନ୍ୟକୁ ଟେକା ପକାଇବା ଉଚିତ ନୁହେଁ। ବର୍ତ୍ତମାନ ମଲିକ୍ ନିଆଁ ଲଗାଇଛନ୍ତି, ଦୀପାବଳି ପରେ ସେ ବିସ୍ଫୋରଣ କରିବେ । ଏନ୍‌ସିବି ଉପରେ ଚାପ ପକାଇବା ପାଇଁ ମଲିକ ଏସବୁ କରୁଛନ୍ତି ବୋଲି ଫଡ଼ନାବିସ ଅଭିଯୋଗ କରିଛନ୍ତି। ଜୟଦୀପ ରାଣାଙ୍କ ସହ ତାଙ୍କର କିମ୍ବା ତାଙ୍କ ସ୍ତ୍ରୀଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe