ବିମାନ ଆକାରର ଗ୍ରହାଣୁ ଖସୁଛି, ପୃଥିବୀରେ ଆଜି ପହଞ୍ଚିବ

Advertisment
ବିମାନ ଆକାରର ଗ୍ରହାଣୁ ଖସୁଛି, ପୃଥିବୀରେ ଆଜି ପହଞ୍ଚିବ

ୱାସିଂଟନ : ଏକ ବିରାଟ ବିମାନ ଅକାରର ଗ୍ରହାଣୁ ଖସୁଛି ଓ ପୃଥିବୀରେ ଆଜି (ଭାରତୀୟ ସମୟ ରବିବାର-ସୋମବାର ରାତ୍ରି ୩ଟା ୨୫ରେ) ପହଞ୍ଚିବ ବୋଲି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ରବିବାର ପ୍ରକାଶ କରିଛି।

ଏହି ଗ୍ରହାଣୁର ନାମ ଦିଆହୋଇଛି ନିଓ ୨୦୨୨ କ୍ୟୁପି୩। ଏହାର ଚଉଡ଼ା ହେଉଛି ୧୦୦ ଫୁଟ୍। ଏହା ପୃଥିବୀଠାରୁ ୫.୫୧ ନିୟୁତ କିମି ଦୂରରେ ଅଛି। ସେକେଣ୍ଡ ପ୍ରତି ୭.୯୩ କିମି ବେଗରେ ଏହା ପୃଥିବୀ ଆଡ଼କୁ ଅଗ୍ରସର ହେଉଛି। ଏହାର ବିରାଟ ଆକାର ଓ ପୃଥିବୀର ନିକଟବର୍ତ୍ତୀ ହୋଇଥିବା ଦୃଷ୍ଟିରୁ ଏହାକୁ ସମ୍ଭାବ୍ୟ ବିପଦ ସୃଷ୍ଟିକାରୀ ବସ୍ତୁ ବୋଲି କୁହାଯାଉଛି।

ଗ୍ରହାଣୁଗୁଡ଼ିକ ହେଉଛନ୍ତି ମଙ୍ଗଳ ଓ ବୃହସ୍ପତି ମଝିରେ ଥାଇ ସୂର୍ଯ୍ୟକୁ ପରିକ୍ରମଣ କରୁଥିବା ପଥରଖଣ୍ଡ। ଏଗୁଡ଼ିକ ସୂର୍ଯ୍ୟଙ୍କ ଚାରିପଟେ ବୁଲୁବୁଲୁ ଯେତେବେଳେ ପୃଥିବୀର ନିକଟବର୍ତ୍ତୀ ହୁଅନ୍ତି ସେତେବେଳେ ପୃଥିବୀର ମ‌ାଧ୍ୟାକର୍ଷଣ ଶକ୍ତିରେ ଟାଣି ହୋଇଆସନ୍ତି। ପୃଥିବୀର ବାୟୁମଣ୍ଡଳକୁ ଆସିଗଲା ପରେ ବାୟୁ ସହ ଘର୍ଷଣଜନିତ ତାପରେ ଜଳିଉଠନ୍ତି। ଏହି ଜଳନ୍ତା ଅଗ୍ନିପିଣ୍ଡଗୁଡ଼ିକ ତଳକୁ ଖସିଲା ବେଳେ ରାତି ଆକାଶରେ ନକ୍ଷତ୍ର ଖସିବା ପ‌ରି ଦେଖାଯାଏ। ଆମେ ତାକୁ କହୁ ଉଲ୍‌କା। ପୃଥିବୀରେ ପଡ଼ିବା ପୂର୍ବରୁ ଅଧିକାଂଶ ଉଲ୍‌କା ପାଉଁଶ ହୋଇଯାଇଥାନ୍ତି। ବେଳେ ବେଳେ ଅତି ବଡ଼ ଉଲ୍‌କା ସମ୍ପୂର୍ଣ୍ଣ ଜଳି ନ ପାରି ତଳେ ପଡ଼ନ୍ତି ଓ ଜନବସତିରେ ପଡ଼ିଲେ କ୍ଷତି କରିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe