ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ (Uttarpradesh) ର ବାରବାଙ୍କୀରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଟିକୈତନଗର ଥାନା ଅଞ୍ଚଳ ଅନ୍ତର୍ଗତ ସରାଇ ବାରାଇ ଗାଁରେ ଥିବା ଏକ ବାଣ କାରଖାନାରେ ଗୁରୁବାର ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। 

Advertisment

ଉକ୍ତ ସ୍ଥାନରେ ଏବେ ବି ବିସ୍ଫୋରଣ ଘଟୁଛି, ଏବଂ ଏହାର ଶବ୍ଦ ବହୁ ଦୂରକୁ ଶୁଣାଯାଉଛି। ଏହା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ସୂଚନା ପାଇବା ପରେ, ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ଏବଂ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ (ଏସପି) ସମେତ ବରିଷ୍ଠ ଅଧିକାରୀମାନେ ମଧ୍ୟ ପହଞ୍ଚି ପରିସ୍ଥିତିର ସମୀକ୍ଷା କରୁଛନ୍ତି। ପୁଲିସ ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଏହି ବିସ୍ଫୋରଣ ହେଲା ତାହା ଜାଣିବାକୁ ପୁଲିସ ଉଦ୍ୟମ କରୁଛି । ବିସ୍ଫୋରଣ ହୋଇଥିବା ଏହି କାରଖାନାଟି ଏକ ବେଆଇନ ବାଣ କାରଖାନା ଥିଲା ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: Revenge Babri Masjid: ବାବ୍ରି ମସଜିଦ୍ ଧ୍ବଂସର ପ୍ରତିଶୋଧ ନେବାକୁ ଚାହୁଁଥିଲେ ଆତଙ୍କବାଦୀ

ଦିଲ୍ଲୀ ଘଟଣା ପରେ ହାଇଆଲର୍ଟରେ ରହିଛି ଉତ୍ତରପ୍ରଦେଶ

 ସୂଚନାଯୋଗ୍ୟ ଯେ ଦିଲ୍ଲୀରେ ଗତ ୧୦ ତାରିଖରେ ହୋଇଥିବା ବୋମା ବିସ୍ଫୋରଣ ପରେ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନ ସତର୍କତା ବଢାଇଦିଆଯାଇଛି । ସାରା ରାଜ୍ୟ ହାଇଆଲର୍ଟରେ ରହିଛି । ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟର ସବୁ ସଂବେଦନଶୀଳ ସ୍ଥାନରେ ଚେକିଂ ଓ ସୁରକ୍ଷା ଜୋରଦାର କରାଯାଇଛି । 

ଗତ ମାସରେ ଆନ୍ଧ୍ରପ୍ରଦେଶରେ ହୋଇଥିଲା ସମାନ ଦୁର୍ଘଟଣା 

ଗତ ମାସରେ ଆନ୍ଧ୍ରପ୍ରଦେଶର ପୂର୍ବ-ଗୋଦାବରୀ ଅନ୍ତର୍ଗତ କୋନାସିମା ଜିଲ୍ଲାରେ ଥିବା ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲେ । ଏଥିରେ ୬ ଲୋକ ପ୍ରାଣ ହରାଇଥିବାବେଳେ ଆହୁରି ଅନେକ ଆହତ ହୋଇଥିଲେ । ବାଣଗୁଡ଼ିକର ଖରାପ ରକ୍ଷଣାବେକ୍ଷଣ ଯୋଗୁଁ ଏହି ବିସ୍ଫୋରଣ ହୋଇଥିଲା ବୋଲି ପୁଲିସ କହିଥିଲେ । 

ଆହୁରି ପଢନ୍ତୁ: Poster War in Bihar: ରେଜଲ୍ଟ ପୂର୍ବରୁ ପୋଷ୍ଟର ଯୁଦ୍ଧ: କିଏ କହିଲାଣି 'ଗୁଡ଼ବାଏ ଚାଚା', କିଏ ଲେଖିଲାଣି 'ଟାଇଗର ଜିନ୍ଦା ହେ'