ଦିନକରେ ଦେଶରେ ରେକର୍ଡ ୩୬.୫ଲକ୍ଷ ଟିକା ପ୍ରଦାନ: ଚୀନ୍‌, ଆମେରିକା, ଭାରତକୁ ମିଳିଛି ୬୦% ଟିକା: ହୁ

Advertisment
୧୮ ବର୍ଷରୁ ଉର୍ଦ୍ଧ୍ବ ଦେଶର ୫୪% ଲୋକ ଅନ୍ୟୁନ ଗୋଟିଏ ଡୋଜ୍ ଟିକା ନେଇଛନ୍ତି : ସ୍ବାସ୍ଥ୍ୟ ମନ୍ତ୍ରାଳୟ

The Indian Express

ନୂଆଦିଲ୍ଲୀ: ଶୁକ୍ରବାର ଦେଶରେ ଗୋଟିଏ ଦିନରେ ହିଁ ରେକର୍ଡ ସଂଖ୍ୟକ ସର୍ବାଧିକ ସାଢ଼େ ୩୬ ଲକ୍ଷରୁ ଅଧିକ ଟିକା ପ୍ରଦାନ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାଯାଇଛି। ଶନିବାର ସକାଳ ୭ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ମୋଟ ୩୬,୫୦,୦୮୦ ଜଣ ଦେଶବାସୀଙ୍କର ଟିକାକରଣ କରାଯାଇଛି। ସେଥିମଧ୍ୟରୁ ୩୩,୭୪,୬୪୦ ଜଣ ସେମାନଙ୍କର ପ୍ରଥମ ମାତ୍ରା ଟିକା ନେଇଥିବା ବେଳେ ୨,୭୫,୪୪୦ ଜଣଙ୍କୁ ଦ୍ବିତୀୟ ମାତ୍ରା ଦିଆଯାଇଛି। ଏଥି ସହିତ ଦେଶରେ ଅଦ୍ୟାବଧି ମୋଟ ୨୨,୭୮,୬୦,୩୧୭ ଜଣଙ୍କୁ ଟିକା ଦିଆଯାଇଛି। ସେଥିରେ ୧୮,୧୯,୫୨,୩୩୮ ଜଣଙ୍କର ପ୍ରଥମ ମାତ୍ରା ଓ ୪,୫୯,୦୭,୯୭୯ ଜଣଙ୍କର ଦ୍ବିତୀୟ ମାତ୍ରା ଟିକା ରହିଛି।

ସେହିପରି ମୋଟ ୨,୩୬,୬୮,୩୨୩ ମାତ୍ରା ସହ ମହାରାଷ୍ଟ୍ର ଦେଶର ସର୍ବାଧିକ ଟିକା ପ୍ରଦାନକାରୀ ରାଜ୍ୟର ମାନ୍ୟତା ଲାଭ କରିଥିବା ବେଳେ ତାହା ପଛକୁ ଉତ୍ତରପ୍ରଦେଶ (୧,୯୮,୩୮,୧୯୭) ଓ ଗୁଜରାଟ (୧,୭୯,୨୪,୯୧୯) ରହିଛନ୍ତି। ପ୍ରଥମ ମାତ୍ରା ଟିକା ଦେବାରେ ମଧ୍ୟ ମହାରାଷ୍ଟ୍ର ଶୀର୍ଷ (୧,୮୯,୪୦,୭୭୮)ର ରହିଥିବା ବେଳେ ତାହା ପଛକୁ ଉତ୍ତରପ୍ରଦେଶ (୧,୬୨,୪୨,୬୩୭) ଓ ରାଜସ୍ଥାନ (୧,୪୨,୮୮,୯୮୫) ରହିଛନ୍ତି। ସେହିପରି ମହାରାଷ୍ଟ୍ର ମଧ୍ୟ ସର୍ବାଧିକ ୪୭,୨୭,୫୪୫ ସଂଖ୍ୟକ ଦ୍ବିତୀୟ ମାତ୍ରା ପ୍ରଦାନ କରିଛି। ଆଜି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି ଯେ ବିଶ୍ବରେ ଆଜି ସୁଦ୍ଧା ଉପଲବ୍ଧ କୋଭିଡ୍‌ ଟିକାର ୬୦% ଚୀନ୍‌, ଆମେରିକା ଓ ଭାରତକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe