Image Source: Zee News
ଲକ୍ଷ୍ମୌ: ଜୁନ୍ ୧୭ ତାରିଖରେ ଅନନ୍ତନାଗରେ ହୋଇଥିବା ଏନ୍କାଉଣ୍ଟର୍ରେ ସହିଦ ହୋଇଥିବା ମେଜର୍ କେତନ ଶର୍ମାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସାହାଯ୍ୟ ଏବଂ ପରିବାରର ଜେଣ ସଦସ୍ୟଙ୍କୁ ଚାକିରି ଦେବାକୁ ଉତ୍ତର ପ୍ରଦେଶ ସରକାର ଘୋଷଣା କରିବା ସହ ତାଙ୍କ ନାମାନୁସାରେ ଗୋଟାଏ ରାସ୍ତାର ନାମକରଣ କରାଯିବ ବୋଲି ସେ କହିଛନ୍ତି।
ଉତ୍ତର ପ୍ରଦେଶର ସରକାରଙ୍କର ମନ୍ତ୍ରୀ ସୁରେଶ ରାଣା ଏକଥା ଘୋଷଣା କରିଛନ୍ତି। ସେ କହିଛନ୍ତି: ଜୁନ୍ ୧୭ ତାରିଖ ଦିନ ଅନନ୍ତନାଗ ଏନ୍କାଉଣ୍ଟର୍ରେ ସହିଦ ହୋଇଥିବା ଆର୍ମି ମେଜର୍ କେତନ ଶର୍ମାଙ୍କ ପରିବାର ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆର୍ଥିକ ସହାୟତା ଘୋଷଣା କରିବା ସହ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି କହିଛନ୍ତି।
Image Source: NDAପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ମିରଟସ୍ଥିତ ବାସଭବନରେ ମଙ୍ଗଳବାର ଦିନ ମେଜର୍ କେତନ ଶର୍ମାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଅଚାବଲ ଅଞ୍ଚଳରେ ସୋମବାର ଦିନ ଆତଙ୍କବାଦୀଙ୍କ ସହ ଏନ୍କାଉଣ୍ଟର୍ରେ ସହିଦ ହୋଇଥିଲେ।
ଅକ୍ଟୋବର ୪ ତାରିଖ ୧୯୮୭ ମସିହାରେ ଜନ୍ମିତ ମେଜର୍ ଶର୍ମା ଡେରାଡୁନ୍ସ୍ଥିତ ଇଣ୍ଡିଆନ୍ ମିଲିଟାରି ଏକାଡେମିରୁ ପାସ୍ କରିବା ପରେ ୨୦୧୨ରେ ଭାରତୀୟ ସେନାର ଶିଖ୍ ଲାଇଟ୍ ଇନ୍ଫାଣ୍ଟ୍ରିରେ ଜଣେ ଲେଫ୍ଟନାଣ୍ଟ୍ ମେଜର୍ ଭାବେ ଯୋଗ ଦେଇଥିଲେ।
Follow Us