କିଏ ଖାଇଗଲା ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା ? ସିଆଇଡି କରିବ ତଦନ୍ତ

ହିମାଚଳ ପ୍ରଦେଶରେ ଆଜିକାଲି ରାଜନୀତି ସରଗରମ ରହିଛି । ସମୋସା ବା ସିଙ୍ଗଡାକୁ ନେଇ ରାଜନୀତି ଗରମ ହୋଇଯାଇଛି । ଘଟଣାଟି ଏହିପରି ଯେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ପାଇଁ ଆସିଥିବା କିଛି ସିଙ୍ଗଡ଼ା ବାଟମାରଣା ହୋଇଯାଇଥିଲା। 

samosa

ସିମଲା: ହିମାଚଳ ପ୍ରଦେଶରେ ଆଜିକାଲି ରାଜନୀତି ସରଗରମ ରହିଛି । ସମୋସା ବା ସିଙ୍ଗଡାକୁ ନେଇ ରାଜନୀତି ଗରମ ହୋଇଯାଇଛି । ଘଟଣାଟି ଏହିପରି ଯେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ପାଇଁ ଆସିଥିବା କିଛି ସିଙ୍ଗଡ଼ା ବାଟମାରଣା ହୋଇଯାଇଥିଲା। 

ଅକ୍ଟୋବର ୨୧ ରେ ସିଆଇଡି ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁଖବିନ୍ଦର ସିଂ ସୁଖୁ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଆପ୍ୟାୟିତ କରିବା ପାଇଁ ସିଆଇଡି ଅଧିକାରୀମାନେ ଏକ ପ୍ରମୁଖ ଘରୋଇ ହୋଟେଲରୁ ଖାଦ୍ୟ ମଗାଇଥିଲେ। ୩ଟି ବକ୍ସରେ ସମୋସା ଓ କିଛି ଖାଦ୍ୟ ସାମଗ୍ରୀ ଆସିଥିଲା।କିନ୍ତୁ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଜଳଖିଆ ଦିଆଯାଇନଥିଲା।

ଏହାକୁ ନେଇ ସିଆଇଡି କର୍ତ୍ତୃପକ୍ଷ ତାଜୁବ ହୋଇଯାଇଥିଲେ । ଏହାପରେ ସିଆଇଡି ଇନସପେକ୍ଟର ଜେନେରାଲ ଜଳଖିଆ ହଜିବା ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏହାର ନେତୃତ୍ୱ ନେଉଥିଲେ ଜଣେ ଡେପୁଟି ଏସପି । ତଦନ୍ତରୁ ଜଣାପଡିଛି ଯେ ଏହି ସମୋସାକୁ ସିଆଇଡିର କେତେକ ଅଧିକାରୀ ଖାଇଦେଇଥିଲେ । କାରଣ ସିଙ୍ଗଡା କାହା ପାଇଁ ଅଣାଯାଇଛି ସେମାନେ ତାହା ଜାଣିନଥିଲେ । ଫଳରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ସିଙ୍ଗଡ଼ା ପହଞ୍ଚିନଥିଲା। 

ଡେପୁଟି ଏସପି ଏହି ତଦନ୍ତ ରିପୋର୍ଟ ସିଆଇଡି ଇନ୍ସପେକ୍ଟର ଜେନେରାଲଙ୍କୁ ପ୍ରଦାନ କରିଛନ୍ତି। ଏହା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୁହାଯାଉଛି। ଏବେ ବିଜେପି ଏହି ତଦନ୍ତକୁ ଉପହାସ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛି।

ତେବେ ଏ ସଂପର୍କରେ ସୁଖୁ କହିଛନ୍ତି ଯେ ସେ ଏପରି କୌଣସି ତଦନ୍ତ ନିର୍ଦ୍ଦେଶ ଦେଇନାହାନ୍ତି । ଏଣୁ ବିଜେପିର ଏପରି ଅଭିଯୋଗ ହାସ୍ୟାସ୍ପଦ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe