ହରିୟାଣାର ପଞ୍ଚକୁଲାରେ ସ୍କୁଲବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଶିଶୁ ଆହତ

ଶନିବାର ହରିୟାଣାର ପଞ୍ଚକୁଲା ଜିଲ୍ଲାରେ ୪୫ ଜଣ ପିଲା ଥିବା ଏକ ସ୍କୁଲବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୧୨ରୁ ଅଧିକ ଶିଶୁ ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। 

bus

ପଞ୍ଚକୁଳା: ଶନିବାର ହରିୟାଣାର ପଞ୍ଚକୁଲା ଜିଲ୍ଲାରେ ୪୫ ଜଣ ପିଲା ଥିବା ଏକ ସ୍କୁଲବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୧୨ରୁ ଅଧିକ ଶିଶୁ ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। 

ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚକୁଲାର ମୋର୍ନି ହିଲ୍ସର ଟିକର ତାଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍ ଡ୍ରାଇଭର ଦ୍ରୁତ ଗତିରେ ଚଳାଉଥିବାରୁ ବସଟି ନିୟନ୍ତ୍ରଣ ହରାଇ ଖାଲକୁ ଖସି ପଡ଼ିଥିଲା। ଦୁର୍ଘଟଣା ଖବର ପାଇ ପୁଲିସ ଓ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତ ପିଲାମାନଙ୍କୁ ତୁରନ୍ତ ବସରୁ ଓହ୍ଲାଇ ଚିକିତ୍ସା ପାଇଁ ସେକ୍ଟର-୬ ଡାକ୍ତରଖାନାକୁ ପଠାଯାଇଥିଲା। ଘଟଣାସ୍ଥଳରେ ସିଏମଓ ଉପସ୍ଥିତ ଅଛନ୍ତି।

ସୂଚନା ଅନୁଯାୟୀ, ପଞ୍ଜାବର ମାଲେରକୋଟଲାସ୍ଥିତ ନାନକାନା ସାହିବ ସ୍କୁଲର ପିଲା ଓ କର୍ମଚାରୀମାନେ ପଞ୍ଚକୁଲାର ମୋର୍ନି ହିଲ୍ସକୁ ବୁଲିବାକୁ ଯାଉଥିଲେ। ମୋର୍ନି ହିଲ୍ସର ଟିକ୍କର ତାଳ ନିକଟରେ ଡ୍ରାଇଭର ବସ୍ ଉପରୁ ନିୟନ୍ତ୍ରଣ ହରାଇବାରୁ ବସଟି ଭାରସାମ୍ୟ ହରାଇ ଏକ ଖାଲକୁ ଖସି ପଡ଼ିଥିଲା। ବସରେ ୪୫ ଜଣ ପିଲା ଓ ଅନ୍ୟ ୩ ଜଣ କର୍ମଚାରୀ ଥିଲେ। ଆହତ ବସ୍ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଚିକିତ୍ସା ପାଇଁ ତାଙ୍କୁ ସେକ୍ଟର-୬ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସମ୍ପର୍କରେ ପୁଲିସ ପିଲାଙ୍କ ପିତାମାତାଙ୍କୁ ଅବଗତ କରିଛି। ତେବେ କେତେ ଶିଶୁ ଆହତ ହୋଇଛନ୍ତି ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏଥିରେ ୧୨ରୁ ଅଧିକ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe