ସିଦ୍ଧି ବସ୍‌ ଦୁର୍ଘଟଣା, କେନାଲକୁ ଡେଇଁ ଦୁଇ ଜୀବନ ବଞ୍ଚାଇଥିଲେ ସ୍କୁଲ ଛାତ୍ରୀ

ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଲା

ସିଦ୍ଧି ବସ୍‌ ଦୁର୍ଘଟଣା, କେନାଲକୁ ଡେଇଁ ଦୁଇ ଜୀବନ ବଞ୍ଚାଇଥିଲେ ସ୍କୁଲ ଛାତ୍ରୀ

ଭୋପାଳ: ଗତକାଲି ମଧ୍ୟ ପ୍ରଦେଶର ସିଦ୍ଧି ନିକଟରେ ଘଟିଥିବା ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଛି। ଜଣେ ସ୍କୁଲ୍‌ ଛାତ୍ରୀ ପାଣିକୁ ଡେଇଁ ଏହି ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଜୀବନ ରକ୍ଷା କରି ପ୍ରଶଂସା ସାଉଁଟିଛନ୍ତି। ତାଙ୍କ ସାହସିକ ପଦକ୍ଷେପ ପାଇଁ ରାଜ୍ୟ ସରକାର ତାଙ୍କୁ ସମ୍ମାନିତ କରିବେ ବୋଲି ଘୋଷଣା କରିଛନ୍ତି। ଶିବରାଣୀ ଲୁନିଆ (୧୮) ଦ୍ବାଦଶ ଶ୍ରେଣୀ ଛାତ୍ରୀ। ଦୁର୍ଘଟଣା ଘଟିଥିବା କେନାଲ କଡ଼ରେ ଥିବା ଶାରଦା ଗ୍ରାମର ଏକ କୁଡ଼ିଆ ଘରେ ରହନ୍ତି। ବସ୍‌ଟି କେନାଲ ଭିତରକୁ ଖସିପଡ଼ୁଥିବା ଦେଖି ଶିବରାଣୀ ଦୌଡ଼ିଥିଲେ ସେଠାକୁ। ତାଙ୍କ ଆଖି ଆଗରେ ବସ୍‌ଟି ପାଣି ଭିତରେ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା।

ଶିବରାଣୀ କାଳବିଳମ୍ବ ନକରି ନିଜ ଜୀବନକୁ ପାଣି ଛଡ଼ାଇ ୪୦ ଫୁଟ ଗଭୀର ପାଣି ଭିତରକୁ ଡେଇଁ ପଡ଼ିଥିଲେ। ପ୍ରଥମେ ପାଣିରେ ଉବୁଟୁବୁ ହେଉଥିବା ଜଣେ ମହିଳାଙ୍କୁ ଧରି ପହଁରି ପହଁରି କୂଳକୁ ଆସିଥିଲେ। ମହିଳାଙ୍କୁ କେନାଲ କୂଳରେ ଛିଡ଼ା ହୋଇଥିବା ଗ୍ରାମବାସୀଙ୍କ ଜିମା ଦେଇ ପୁଣି ପାଣି ଭିତରକୁ ଲମ୍ଫ ଦେଇ ଆଉ ଜଣେ ବୟସ୍କ ଲୋକଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe