ରାଗ ରଖିଥିଲା କି ସାପ ? ୧୦ ଥର ଦଂଶିଲା, ଜୀବନ ନେଇଗଲା... ସାରାରାତି ଶବ ତଳେ ଶୋଇ ରହିଥିଲା ବିଷାକ୍ତ ସାପ

Advertisment
Updated On
ଅଦ୍ୟତନ ହୋଇଛି
snake bite 10 times

Photograph: (Sambad.in)

ଲକ୍ଷ୍ନୌ: ସାପ କାମୁଡାରେ ଆପଣ ମୃତ୍ୟୁ ହେଉଥିବା ଶୁଣିଥିବେ । କିଏ ବାଡିକୁ ଯାଇଥିବା ବେଳେ ସାପ କାମୁଡାର ଶିକାର ହୁଏ ତ କିଏ ଶୋଇଥିବା ବେଳେ । ହେଲେ ଉତ୍ତର ପ୍ରଦେଶ ମିରଟରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲା ପରେ ଆପଣ କହିବେ, ମଣିଷ ଉପରେ ରାଗ ରଖିଥିଲା କି ସାପ । କାହିଁକି ମାରିଲା ୧୦ ଥର ଚୋଟ । 

ମିରଟ ବହଷୁମା ଥାନା ଅକବରପୁରର ୨୫ ବର୍ଷର ଯୁବକ ଅମିତ ଦିନ ମଜୁରିଆ ଭାବେ ନିଜର ପରିବାର ଚଳାନ୍ତି । ସବୁଦିନ ପରି କାମରୁ ଫେରି ସେ ଗୋଡହାତ ଧୋଇ ଖାଇ ସାରି ଶୋଇବାକୁ ଯାଆନ୍ତି ଆଉ ଗତ ଶନିବାର ମଧ୍ୟ ସେଇୟା କରିଥିଲେ । ଖାଇ ସାରି ଶୋଇବାକୁ ଚାଲିଯାଇଥିଲେ । 

ହେଲେ ସକାଳେ ଯେତେବେଳେ ତାଙ୍କୁ ପରିବାର ଲୋକେ ଡାକିଥିଲେ ସେତେବେଳକୁ ସବୁ ସରିଯାଇଥିଲା । ଦେହରେ ଆଉ ଜୀବନ ନଥିଲା, ମଲା ବିଛଣାରେ ମୃତଦେହଟେ ପଡିଥିଲା, ନିଶ୍ବାସ ଚାଲୁନଥିଲା କି ଦେହ ବି ହଲଚଲ ହେଉନଥିଲା । କାନ୍ଦ ବୋବାଳିରେ ଘର ଫାଟିପଡୁଥିବା ବେଳେ ପରିବାର ଲୋକେ ଅମିତଙ୍କ ମୃତଦେହ ତଳେ ଏକ ସାପ ଶୋଇଥିବା ଦେଖିବାକୁ ପାଇଥିଲେ ।

ସାପ ଉଦ୍ଧାରକାରୀ ଟିମକି ଡାକି ସାପକୁ ଯୁବକଙ୍କ ଶବ ତଳୁ ଉଦ୍ଧାର କରାଯାଇଥିବା ବେଳେ ଅମିତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଯେଉଁଠି ତାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିବା ସହ ପୋଷ୍ଟମର୍ଟମରେ ତାଙ୍କ ପିଠିରେ ୧୦ଟି ଚୋଟ ଦାଗ ଦେଖିବାକୁ ମିଳିଥିଲା। ଯାହା ଉକ୍ତ ସାପ ଶୋଇବା ବେଳେ ଅମିତଙ୍କୁ ଦଂଶିଥିଲା ଏବଂ ସାରାରାତି ତାଙ୍କ ମୃତଦେହ ତଳେ ଥିଲା ।

ତେବେ ଏହି ଘଟଣାକୁ କେହି କେହି ସାପ ରାଗ ସୁଝାଇଥିବା କହୁଥିବା ବେଳେ ଅନୁମାନ କରାଯାଉଛି କି ଶୋଇବା ବେଳେ ଅମିତଙ୍କ ବିଛଣାକୁ ସାପ ଚଢି ଯାଇଥିବ ଆଉ ନିଦରେ ଯେତେବେଳେ ଅମିତ କଡ ଲେଉଟାଇଥିଲେ ସେତେବେଳେ ସେ ସାପ ଉପରେ ଶୋଇ ପଡିଥିବେ । ସାପ ଚାପି ହୋଇ ଯାଇଥିବାରୁ ମୁକୁଳିବା ପାଇଁ ଯୁବକଙ୍କୁ ଚୋଟ ପରେ ଚୋଟ ମାରିଥିବ ଏବଂ ସେଇ ୧୦ଟି ଭୟଙ୍କର ଚୋଟର ବିଷ ପ୍ରଭାବରେ ତାଙ୍କର ମୃତ୍ୟୁ ହୋଇଥିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe