ଭାରତ କୋଭିଡ୍‌ ଟିକାକରଣ ଅଭିଯାନ ବାର୍ଷିକୀ ଅବସରରେ ସ୍ବତନ୍ତ୍ର ଡାକଟିକେଟ

ଭାରତ କୋଭିଡ୍‌ ଟିକାକରଣ ଅଭିଯାନ ବାର୍ଷିକୀ ଅବସରରେ ସ୍ବତନ୍ତ୍ର ଡାକଟିକେଟ

Image Courtesy of NDTV

ନୂଆଦିଲ୍ଲୀ: ଗତକାଲି ଭାରତ କୋଭିଡ୍‌ ଟିକାକରଣ ଅଭିଯାନର ଏକ ବର୍ଷ ପୂର୍ତ୍ତି ପାଳନ କରିବା ସହ ସ୍ବଦେଶରେ ପ୍ରସ୍ତୁତ କୋଭିଡ୍‌ ନିରୋଧୀ ଟିକା ‘କୋଭାକ୍ସିନ୍’ ଉପରେ ଆଧାରିତ ଏକ ସ୍ବତନ୍ତ୍ର ସ୍ମରକୀ ଡାକଟିକେଟ ଉନ୍ମୋଚନ କରିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭୀୟ କହିଛନ୍ତି।

ଏହି ସ୍ମାରକୀ ଡାକଟିକେଟରେ ରହିଛି ଜଣେ ବରିଷ୍ଠ ନାଗରିକଙ୍କୁ ଜଣେ ସ୍ବାସ୍ଥ୍ୟସେବା କର୍ମୀ ଟିକା ଦେଉଥିବାର ଦୃଶ୍ୟ ଏବଂ ଗୋଟିଏ କୋଭାକ୍ସିନ୍‌ ଟିକା ଶିଶି। ସ୍ବାସ୍ଥ୍ୟମନ୍ତ୍ରୀ ମଣ୍ଡାଭୀୟ କହିଛନ୍ତି, ଦେଶର ପ୍ରତ୍ୟେକ୍ଷ ସେବା ଓ ସ୍ବାସ୍ଥ୍ୟସେବା କର୍ମୀ ଏବଂ ଜନସାଧାଣରଙ୍କୁ ମହାମାରୀ କବଳରୁ ନିରାପଦ ରଖିଥିବା ବୈଜ୍ଞାନିକ ସମୂହଙ୍କ ଉଲ୍ଲେଖନୀୟ କାର୍ଯ୍ୟାବଳୀକୁ ସୂଚାଉଛି।

ବିଶ୍ବର ବୃହତ୍ତମ କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟକ୍ରମର ଏକ ବର୍ଷ ପୂର୍ତ୍ତି ଅବସରରେ ଡାକଟିକେଟ ଉନ୍ମୋଚନ କରାଯିବା ଆମ ପାଇଁ ଐତିହାସିକ ଅବସର। ୨୦୨୧, ୧୬ ଜାନୁଆରିରେ ଆରମ୍ଭ ହୋଇଥିବା ଏହି ଟିକାକରଣ ଅଭିଯାନର ବର୍ଷକ ମଧ୍ୟରେ ଆମେ ୧୫୬ କୋଟିରୁ ଊର୍ଦ୍ଧ୍ବ ଡୋଜ୍‌ ଟିକା ଦେବାରେ ସମର୍ଥ ହୋଇଛୁ। ଆମ ଟିକାକରଣ କାର୍ଯ୍ୟକ୍ରମ ବାସ୍ତବରେ ବିଶ୍ବ ସମୁଦାୟ ପାଇଁ ଆଦର୍ଶ।

publive-image Image Courtesy of ABP Live

ସ୍ବାସ୍ଥ୍ୟମନ୍ତ୍ରୀ ପୁଣି କହିଛନ୍ତି, ଟିକା ନେବା ପାଇଁ କୁଣ୍ଠାବୋଧ କରାଇବା ଲାଗି କେତେକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ବ୍ୟକ୍ତି ବିଭ୍ରାନ୍ତିକର ଏବଂ ଭୁଲ୍‌ ସୂଚନା ପ୍ରସାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ, ଦୃଢ଼ନିଶ୍ଚିତ ଥିବା ପ୍ରଧାନମନ୍ତ୍ରୀ ଜନସାଧାରଣ, ବୈଜ୍ଞାନିକ ଏବଂ କମ୍ପାନିମାନଙ୍କୁ ଉତ୍ସାହିତ କରିଥିଲେ। ତେଣୁ, କୋଭିଡ୍‌-୧୯ ଟିକା ଗବେଷଣା, ପ୍ରସ୍ତୁତି ଏବଂ ଟିକାଦାନ ଅଭିଯାନ ସଫଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe