ଜେଇଇରେ ୨୭୦ ର‍୍ୟାଙ୍କ ରଖିଥିବା ଛାତ୍ର ଭୁଲ୍‌ କ୍ଲିକ୍‌ କରି ଆଇଆଇଟିରୁ ବଞ୍ଚିତ

ଜେଇଇରେ ୨୭୦ ର‍୍ୟାଙ୍କ ରଖିଥିବା ଛାତ୍ର ଭୁଲ୍‌ କ୍ଲିକ୍‌ କରି ଆଇଆଇଟିରୁ ବଞ୍ଚିତ

Image Courtesy of The Economic Times

ମୁମ୍ବାଇ : ଜଣେ ପିତୃମାତୃହୀନ ମେଧାବୀ ଛାତ୍ର ଜେଇଇ ଆଡଭାନ୍ସଡ‌ରେ ସର୍ବଭାରତୀୟ ସ୍ତରରେ ୨୭୦ର‍୍ୟାଙ୍କ୍‌ ରଖିଥିବା ସତ୍ତ୍ବେ ରୋଲ ନମ୍ବର ସଂପର୍କରେ ଅଧିକ ଜାଣିବା ପାଇଁ ସୂଚନା ସଂଗ୍ରହ କରିବା ବେଳେ ସେ ଭୁଲ୍‌ରେ କ୍ଲିକ୍‌ କରିଦେବାରୁ ଏବେ ଆଇଆଇଟି-ବମ୍ବେରେ ନାମଲେଖାରୁ ବଞ୍ଚିତ ହୋଇଛନ୍ତି। ଆଗ୍ରାର ଛାତ୍ର ସିଦ୍ଧାର୍ଥ ବାତ୍ରା (୧୮) ୨୦୨୦ ବର୍ଷ ପାଇଁ ଆଇଆଇଟି ଜେଇଇ ଆଡଭାନ୍ସଡ୍‌ରେ ସଫଳତା ହାସଲ କରିଥିଲେ। ମାତ୍ର ଗତ ଅକ୍ଟୋବର ୨୧ରେ ତାଙ୍କ ରୋଲ୍‌ ନମ୍ବର ଅପ୍‌ଡେଟ୍‌ କରିବାକୁ ଯାଇ ‘ୱିଥ୍‌ଡ୍ର ଫର୍ମ ସିଟ୍‌ ଆଲୋକେସନ ଆଣ୍ଡ ଫର୍ଦର ରାଉଣ୍ଡ୍‌ସ’ ଉପରେ କ୍ଲିକ୍‌ କରିଦେବାରୁ ସେ ତାଙ୍କର ଆଇଆଇଟି ସିଟ୍‌ଟି ହରାଇଛନ୍ତି।

ନଭେମ୍ବର ୧୦ରେ ସିଦ୍ଧାର୍ଥ ଚୂଡ଼ାନ୍ତ ଛାତ୍ର ତାଲିକାରେ ତାଙ୍କ ନାମ ନ ପାଇବାରୁ ହତାଶ ହୋଇପଡ଼ିଛନ୍ତି। ସିଦ୍ଧାର୍ଥ ଜଣେ ପିତୃମାତୃହୀନ ଓ ଗରିବ ଛାତ୍ର । ଏଭଳି ଘଟଣାରେ ସେ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି। ଏନେଇ ସିଦ୍ଧାର୍ଥ ନଭେମ୍ବର ୧୯ରେ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଏର କରିଥିଲେ। ବମ୍ବେ ଆଇଆଇଟି କର୍ତ୍ତୃପକ୍ଷ ଦୁଇ ଦିନ ମଧ୍ୟରେ ସିଦ୍ଧାର୍ଥର ପିଟିସନ ଉପରେ ବିଚାର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଇଆଇଟି କର୍ତ୍ତୃପକ୍ଷ ସିଦ୍ଧାର୍ଥଙ୍କ ପୁନଃନାମ ଲେଖା ପାଇଁ ବିଚାର କରିଥିଲେ। ମାତ୍ର ସିଟ୍‌ ଖାଲି ନଥିବାରୁ ସିଦ୍ଧାର୍ଥଙ୍କର ନାମ ଲେଖା ହୋଇପାରିନାହିଁ। ସିଦ୍ଧାର୍ଥ ଏହାପରେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe