ପରମାଣୁ  ବୈଜ୍ଞାନିକ ହତ୍ୟାମାମଲାରେ ଜଣକୁ ଗିରଫ କଲା ରୁଷ୍

ରୁଷର ପରମାଣୁ ମୁଖ୍ୟଙ୍କ ହତ୍ୟା ମାମଲାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ମସ୍କୋରେ ଜଣେ ବରିଷ୍ଠ ଜେନେରାଲଙ୍କୁ ହତ୍ୟା ମାମଲାରେ ରୁଷର ଏକ ଗୁଇନ୍ଦା ଏଜେନ୍ସି ବୁଧବାର ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି।

russia

ମସ୍କୋ: ରୁଷର ପରମାଣୁ ମୁଖ୍ୟଙ୍କ ହତ୍ୟା ମାମଲାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ମସ୍କୋରେ ଜଣେ ବରିଷ୍ଠ ଜେନେରାଲଙ୍କୁ ହତ୍ୟା ମାମଲାରେ ରୁଷର ଏକ ଗୁଇନ୍ଦା ଏଜେନ୍ସି ବୁଧବାର ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ତାଙ୍କୁ ପଚରାଉଚରା କରାଯାଉଛି। ଗୁଇନ୍ଦା ଏଜେନ୍ସିର ସୂଚନା ଅନୁଯାୟୀ, ସନ୍ଦିଗ୍ଧ ଜଣକ ଉଜ୍ବେକିସ୍ତାନର ନାଗରିକ, ଯାହାଙ୍କୁ ୟୁକ୍ରେନର ଗୁଇନ୍ଦା ସେବା ନିଯୁକ୍ତି ଦେଇଥିଲା। ସେହି ବ୍ୟକ୍ତି ରୁଷର ପରମାଣୁ ମୁଖ୍ୟଙ୍କୁ ହତ୍ୟା କରିବା ପାଇଁ ଏକ ସ୍କୁଟରରେ ବୋମା ଲଗାଇଥିବା ସନ୍ଦେହ କରାଯାଉଛି।

ରୁଷିଆର ଫେଡେରାଲ ସିକ୍ୟୁରିଟି ସର୍ଭିସ ସନ୍ଦିଗ୍ଧଙ୍କ ନାମ କହିନଥିବା ବେଳେ ସେ ୧୯୯୫ମସିହାରେ ଜନ୍ମଗ୍ରହଣ କରିଥିବା କହିଛି। ଗୁଇନ୍ଦା ସଂସ୍ଥାର ବୟାନ ଅନୁଯାୟୀ, ସନ୍ଦିଗ୍ଧ ଜଣକ ପଚରାଉଚରାରେ ମାନିଥିଲା ଯେ ତାଙ୍କୁ ୟୁକ୍ରେନର ସ୍ୱତନ୍ତ୍ର ସେବା ଦ୍ୱାରା ନିଯୁକ୍ତି ଦିଆଯାଇଥିଲା। ମଙ୍ଗଳବାର ମସ୍କୋରେ ହୋଇଥିବା ବୋମା ବିସ୍ଫୋରଣରେ ଲେଫ୍ଟନାଣ୍ଟ ଜେନେରାଲ ଇଗୋର କିରିଲଲୋଭଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହ ତାଙ୍କର ଜଣେ ସହାୟକଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ତାଙ୍କ ଆପାର୍ଟମେଣ୍ଟ ବିଲ୍ଡିଂ ବାହାରେ ଏକ ସ୍କୁଟରରେ ଏହି ବୋମା ରଖାଯାଇଥିଲା। ଏହି ଘଟଣା ପାଇଁ ପୂର୍ବରୁ ହିଁ ୟୁକ୍ରେନ ନିଜକୁ ଦାୟୀ କରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe