ଭର୍ତ୍ତୃହରି ଅସ୍ଥାୟୀ ବାଚସ୍ପତି ନିଯୁକ୍ତ

ଲୋକସଭା ଆସନ ବିଜେପିକୁ ବୋନସ୍‌: କେନ୍ଦୁଝରରେ ବିଜେପି ୩କୁ ବିଜେଡି ୩

Mangalorean.com

ନୂଆଦିଲ୍ଲୀ: ଓଡ଼ିଶା ବିଜେପିର ବରିଷ୍ଠ ନେତା ଭର୍ତ୍ତୃହରି ମହତାବଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଲୋକସଭାର ପ୍ରୋଟେମ୍ (ଅସ୍ଥାୟୀ) ବାଚସ୍ପତି ଭାବେ ନିଯୁକ୍ତ କରିଛନ୍ତି। ଅସ୍ଥାୟୀ ବାଚସ୍ପତି ପଦ ପାରମ୍ପରିକ ଭାବେ ସଂସଦର ସବୁଠାରୁ ବରିଷ୍ଠ ସଦସ୍ୟଙ୍କୁ ଯାଇଥାଏ, ଯିଏ କି ବାଚସ୍ପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳ ଏବଂ ଅନ୍ୟ ସାଂସଦମାନଙ୍କୁ ଶପଥ ପାଠ କରାଇଥାନ୍ତି ।

ସୂଚନାଯୋଗ୍ୟ ଯେ ଅଷ୍ଟାଦଶ ଲୋକସଭା ଅଧିବେଶନ ସୋମବାର ଆରମ୍ଭ ହେବାକୁ ଥିବା ବେଳେ ଆଜି ଅସ୍ଥାୟୀ ବାଚସ୍ପତି ନିଯୁକ୍ତ ହେବା ବେଶ୍‌ ଗୁରୁତ୍ବପୂର୍ଣ୍ଣ। କଟକରୁ ୭ ଥର ସାଂସଦ ନିର୍ବାଚିତ ହୋଇଥିବା ଭର୍ତ୍ତୃହରି ବିଜୁ ଜନତା ଦଳ ଛାଡ଼ି ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ। ମହତାବଙ୍କୁ ଏହି ପଦରେ ନିଯୁକ୍ତ କରାଯିବା ପରେ ବାଚସ୍ପତି ପଦକୁ ନେଇ ଛକାପଂଝା ତୀବ୍ର ହୋଇଛି। ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଛି ଏବଂ ରାଜ୍ୟ ନେତାଙ୍କୁ ଅଧିକ ପ୍ରାଧାନ୍ୟ ଦେବାକୁ ଦଳ ଯୋଜନା କରୁଛି। ବାଚସ୍ପତି ପଦ ପାଇଁ ବିଜେପିର ଆନ୍ଧ୍ରପ୍ରଦେଶ ୟୁନିଟ୍ ମୁଖ୍ୟ ଡି ପୁରନ୍ଦେଶ୍ୱରୀଙ୍କ ନାମ ଚର୍ଚ୍ଚାରେ ରହିଥିବା ବେଳେ ସହଯୋଗୀ ଦଳ ଟିଡିପି ଏବଂ ଜେଡିୟୁର ଆଭିମୁଖ୍ୟ କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଦଳୀୟ ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେପି ଏହାର ସହଯୋଗୀ ଦଳଗୁଡ଼ିକୁ ଏହି ପଦ ଦେବାକୁ ରାଜି ନୁହେଁ। ଲଗାତାର ଦୁଇ ଦିନ ଧରି ଆଲୋଚନା ସତ୍ତ୍ୱେ ଏହି ମାମଲାର ସମାଧାନ ହୋଇପାରିନାହିଁ। ସଂସଦ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ ବୋଲି ଜଣ‌ାପଡ଼ିଛି। ଉପବାଚସ୍ପତି ପଦକୁ ନେଇ ଏନ୍‌ଡିଏ ଓ ଇଣ୍ଡି ମେଣ୍ଟ ମୁହାଁମୁହିଁ ହେବା ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe