ମା’ଙ୍କ ନାମରେ ଗଛଟିଏ: ପ୍ରୟାସ ସଫଳ

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୧୪ତମ  ଅଧ୍ୟାୟ ଆଜି  ପ୍ରସାରଣ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ୧୦ ବର୍ଷ ପୂର୍ତ୍ତି କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୧୪ତମ  ଅଧ୍ୟାୟ ଆଜି  ପ୍ରସାରଣ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ୧୦ ବର୍ଷ ପୂର୍ତ୍ତି କରିଛି।

modi un

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୧୪ତମ  ଅଧ୍ୟାୟ ଆଜି  ପ୍ରସାରଣ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ୧୦ ବର୍ଷ ପୂର୍ତ୍ତି କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି କାର୍ଯ୍ୟକ୍ରମର ପ୍ରକୃତ ଉପସ୍ଥାପକ ହେଉଛନ୍ତି ଏହାର ଶ୍ରୋତା। ପ୍ରଧାନମନ୍ତ୍ରୀ ଆଜି  ‘ଏକ ପେଡ୍ ମା କେ ନାମ’ (ମା’ଙ୍କ ନାମରେ ଗଛଟିଏ) ଅଭିଯାନ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ  ଗୁରୁତ୍ୱପୂର୍ଣ୍ଣ ସାମାଜିକ ଉପଲବ୍ଧି ହାସଲ କରିବାରେ  ସାମୂହିକ ଅଂଶଗ୍ରହଣର ଏକ ସଦ୍ୟ ଉଦାହରଣ ପାଲଟିଛି।   ପରିବେଶ ସଂରକ୍ଷଣ ପ୍ରୟାସରେ ନିୟୋଜିତ ହେବା ପାଇଁ ଏହି ପଦକ୍ଷେପ ସମଗ୍ର ଦେଶର ଲୋକଙ୍କୁ ସଫଳତାର ସହ ଏକାଠି କରିଛି  ଏବଂ ଆମର ଦୃଢ଼ ସଂକଳ୍ପକୁ ପ୍ରତିପାଦିତ କରୁଛି। ଆମ ସଂକଳ୍ପ ଓ ନିଷ୍ଠା ହିଁ  ସମଗ୍ର ସମାଜ ପାଇଁ ଚକିତକାରୀ ଫଳାଫଳ ଆଣିଥାଏ। ଏହାର ସଦ୍ୟତମ ଉଦାହରଣ ହେଉଛି ‘ମା’ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ। ଏହା ଏକ ପ୍ରେରଣାଦାୟୀ ସଫଳ ଅଭିଯାନ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣର ଏକ ଶ୍ରେଷ୍ଠ ଉଦାହରଣ ପାଲଟିଛି। ପରିବେଶ ସଂରକ୍ଷଣ ପାଇଁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଦେଶର କୋଣ ଅନୁକୋଣରେ ଲୋକମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

ପ୍ରଧାନମନ୍ତ୍ରୀ  କହିଛନ୍ତି ଯେ ଏହି ଅଭିଯାନରେ ଉତ୍ତରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲେଙ୍ଗାନା ସମେତ ବିଭିନ୍ନ ରାଜ୍ୟରୁ ଉଲ୍ଲେଖନୀୟ ଅଂଶଗ୍ରହଣ ହୋଇଛି। ସମସ୍ତେ ସେମାନଙ୍କ ଚାରା ରୋପଣ ଲକ୍ଷ୍ୟକୁ ଅତିକ୍ରମ କରିଛନ୍ତି।  ୫ଟି ରାଜ୍ୟ ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ଅଧିକ ଚାରା ରୋପଣ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଅଭିଯାନ ଅଧୀନରେ ଉତ୍ତରପ୍ରଦେଶରେ ୨୬ କୋଟିରୁ ଅଧିକ ଚାରା ରୋପଣ କରାଯାଇଛି। ଗୁଜରାଟର ଜନସାଧାରଣ ୧୫ କୋଟିରୁ ଅଧିକ ଚାରା ରୋପଣ କରିଛନ୍ତି। କେବଳ ଅଗଷ୍ଟ ମାସରେ ରାଜସ୍ଥାନରେ ୬ କୋଟିରୁ ଅଧିକ ଚାରା ରୋପଣ କରାଯାଇଛି। ଦେଶର ହଜାର ହଜାର ସ୍କୁଲ ମଧ୍ୟ ଏହି ଅଭିଯାନରେ ବେଶ୍ ଉତ୍ସାହର ସହ ଭାଗ ନେଇଛନ୍ତି।

ଏ ସଂକ୍ରାନ୍ତ ପ୍ରେରଣାଦାୟୀ  ବ୍ୟକ୍ତିବିଶେଷଙ୍କ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ତେଲେଙ୍ଗାନାର କେଏନ୍ ରାଜଶେଖର ହେଉଛନ୍ତି ଏ ଦିଗରେ ଜଣେ ସଫଳ ବ୍ୟକ୍ତିତ୍ବ ଯିଏ କି ୪ ବର୍ଷ ପୂର୍ବେ ବ୍ୟକ୍ତିଗତ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରି ଦୈନିକ ଗୋଟିଏ ଗଛ ଲଗାଇବାକୁ ସଂକଳ୍ପ ନେଇଥିଲେ। ଚଳିତ ବର୍ଷ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେ ୧୫୦୦ରୁ ଅଧିକ ଚାରା ରୋପଣ କରିଛନ୍ତି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ  ତାମିଲନାଡୁର ମଦୁରାଇର ଶୁଭଶ୍ରୀଙ୍କ ବିଷୟରେ ଉଲ୍ଲେଖ କରିଥିଲେ, ଯିଏ କି ୫୦୦ରୁ ଅଧିକ ବିରଳ ଔଷଧୀୟ ଉଦ୍ଭିଦ  ସହିତ ଏକ ବଗିଚା ତିଆରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe