ମାତ୍ରାଧିକ ଲୋଡିଂ ମହଙ୍ଗା ପଡ଼ିଲା, ଟ୍ରକ ଚାଳକଙ୍କ ଉପରେ ୨ ଲକ୍ଷ ୫୦୦ ଟଙ୍କା ଜରିମାନ କଷିଲା ଦିଲ୍ଲୀ ପୁଲିସ

ମାତ୍ରାଧିକ ଲୋଡିଂ ମହଙ୍ଗା ପଡ଼ିଲା, ଟ୍ରକ ଚାଳକଙ୍କ ଉପରେ ୨ ଲକ୍ଷ ୫୦୦ ଟଙ୍କା ଜରିମାନ କଷିଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ମାତ୍ରଧିକ ଲୋଡିଂର ଫଳ ଭୋଗିଛନ୍ତି ଦିଲ୍ଲୀରେ ଜଣେ ଟ୍ରକ ଚାଳକ। ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ଜଣେ ଟ୍ରକ ଚାଳକଙ୍କ ନାମରେ ଦିଲ୍ଲୀ ପୁଲିସ ୨ ଲକ୍ଷ ୫୦୦ ଟଙ୍କା ଚାଲାଣ କାଟିଛି। ଦିଲ୍ଲୀର ମୁକର୍ବା ଛକରେ ମାତ୍ରାଧିକ ଲୋଡିଂ ପାଇଁ ପୁଲିସ ଟ୍ରକ ଚାଳକଙ୍କୁ ଅଟକାଇଥିଲା। କାଗଜପତ୍ର ଯାଞ୍ଚ କରିବା ପରେ ଦିଲ୍ଲୀ ପୁଲିସ ମୋଟ୍‌ ୨ ଲକ୍ଷ ୫୦୦ ଟଙ୍କାର ଚାଲାଣ କାଟିଥିବା ଜଣାପଡ଼ିଛି।

ମାତ୍ରାଧିକ ଲେଡିଂ ପାଇଁ ପୂର୍ବରୁ ସେପ୍ଟେମ୍ବର ୫ରେ ରାଜସ୍ଥାନର ଜଣେ ଟ୍ରକ ମାଲିକଙ୍କୁ ପୁଲିସ ୧ ଲକ୍ଷ ୪୧ ହଜାର ୭୦୦ ଟଙ୍କା ଜରିମାନା ଦେବାକୁ କହିଥିଲା। ଟ୍ରକ ମାଲିକ ଭଗବାନ ରାମ ନୂଆଦିଲ୍ଲୀର ରୋହିଣୀ କୋର୍ଟରେ ସେପ୍ଟେମ୍ବର ୯ରେ ଟଙ୍କା ଜମା କରିଥିଲେ।

ସେହିଭଳି ଓଡ଼ିଶାର ସମ୍ବଲପୁରରେ ମଧ୍ୟ ମାତ୍ରାଧିକ ଲୋଡିଂ ପାଇଁ ଜଣେ ନାଗାଲାଣ୍ଡର ଟ୍ରକ ଚାଳକଙ୍କୁ ୮୬ ହଜାର ୫୦୦ ଟଙ୍କା ଚାଲାଣ କଟାଯାଇଛି। ପୁଲିସ ଅନାଧିକୃତ ଟ୍ରକ ଚଳାଇବା ପାଇଁ ୫ ହଜାର ଟଙ୍କା, ବିନା ଲାଇସେନ୍ସରେ ଟ୍ରକ ଚଳାଇବା ପାଇଁ ୫ ହଜାର ଟଙ୍କା, ଓଭରଲୋଡିଂ ପାଇଁ ୫୬ ହଜାର ଟଙ୍କା ଏବଂ ଅନ୍ୟ ଭୁଲ ପାଇଁ ୨୦ ହଜାର ୫୦୦ ଟଙ୍କାର ଚାଲାଣ କାଟିଥିଲା।

ସୂଚନାଯୋଗ୍ୟ ଚଳିତ ମାସ ୧ ତାରିଖରୁ ଦେଶରେ ନୂତନ ସଡ଼କ ଓ ପରିବହନ ନିୟମ ଲାଗୁ ହେବା ପରେ ଚାଳକମାନେ ଭୟଭୀତ ହୋଇଯାଇଛନ୍ତି। ନୂତନ ନିୟମ ଲାଗୁ ହୋଇଥିଲେ ବି କିଛି ରାଜ୍ୟରେ ଟ୍ରାଫିକ ଚାଲାଣ ନେଇ କୋହଳ କରାଯାଇଛି। ତଥାପି ଲୋକେ ଘରୁ ସଡ଼କ ଉପରକୁ ଯିବା ପୂର୍ବରୁ ଅନେକ ଚିନ୍ତା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe