ndtv
ୱାଶିଂଟନ୍: କରୋନା ଭାଇରସ୍ ହେତୁ ସବୁ ଲୋକ ଘରେ ରହି ନିଜକୁ ସୁରକ୍ଷିତ ରଖିବାକୁ ଚିନ୍ତା କରୁଥିବା ବେଳେ ଯଦି କେହି ବାହାରକୁ ପାଦ କାଢୁଛନ୍ତି ତ ସେମାନେ ହେଉଛନ୍ତି ଡାକ୍ତର କିମ୍ବା ସ୍ବାସ୍ଥ୍ୟକର୍ମୀ। ସେମାନଙ୍କ ତ୍ୟାଗ ପାଇଁ ପୂର୍ବରୁ ବି ଅନେକ ଲୋକ ବିଭିନ୍ନ ଉପାୟରେ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ନିକଟରେ ଆମେରିକାରରେ ଡାକ୍ତରାଣୀ ଥିବା ଜଣେ ଭାରତୀୟ ମହିଳାଙ୍କ ପ୍ରତି ରୋଗୀଙ୍କର ନିଆରା କୃତଜ୍ଞତା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଟ୍ବିଟର୍ରେ ପୋଷ୍ଟ୍ ହୋଇଥିବା ଏକ ଭିଡିଓ ଅନୁସାରେ ଡାକ୍ତରାଣୀଙ୍କୁ କୃତଜ୍ଞତା ଜଣାଇବା ପାଇଁ ରୋଗୀ ଜଣକ କାର୍ ରାଲି କରି ‘ଥ୍ୟାଙ୍କ୍ ୟୁ ଡକ୍ଟର’ ବୋଲି କହୁଛନ୍ତି। ଡକ୍ଟର ଉମା ମଧୁସୁଦନ ତାଙ୍କ ଘର ସାମ୍ନାରେ ଛିଡ଼ା ହୋଇଛନ୍ତି। କିଛି କାର୍ ଆସି ତାଙ୍କ ସାମ୍ନାରେ ଅଚାନକ ରାଲି କରୁଥିବାର ଦେଖିବାକୁ ମିଳିଛି। କାର୍ ଭିତରେ ‘ଥ୍ୟାଙ୍କ୍ ୟୁ’ ପ୍ଲାକାର୍ଡ ମଧ୍ୟ ଦେଖିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ଡକ୍ଟର ମଧୁସୁଦନ ମୌସୁରରେ ଥିବା ଏସ୍ଏସ୍ଜି ମେଡିକାଲ୍ କଲେଜ୍ରେ ପାଠ ପଢିଛନ୍ତି। ସେ ଏବେ ଆମେରିକାରେ ଥିବା ସାଉଥ୍ ୱିଣ୍ଡ୍ସର୍ ହସ୍ପିଟାଲ୍ରେ ଡାକ୍ତରାଣୀ ଅଛନ୍ତି।
Follow Us