ଜଲପାଇଗୁଡ଼ି ସେନା ହସ୍ପିଟାଲ ଭିତରେ ପଶିଲେ ବଣୁଆ ହାତୀ

Advertisment
ଜଲପାଇଗୁଡ଼ି ସେନା ହସ୍ପିଟାଲ ଭିତରେ ପଶିଲେ ବଣୁଆ ହାତୀ

India.com

କୋଲକାତା: ଜଲପାଇଗୁଡ଼ିର ସେନା କ୍ୟାଣ୍ଟନମେଣ୍ଟ ଭିତରେ ଥିବା ଏକ ହସ୍ପିଟାଲ ୱାର୍ଡ ଭିତରେ ଦୁଇଟି ବଣୁଆ ହାତୀ ପ୍ରବେଶ କରିଥିଲେ। ଫଳରେ ରୋଗୀ ଏବଂ ଡାକ୍ତରଖାନା କର୍ମଚାରୀମାନେ ଭୟରେ ଥରି ଉଠିଥିଲେ। ଦୁଇ ହାତୀ ଡାକ୍ତରଖାନାର କରିଡରରେ ମୁକ୍ତ ଭାବେ ବୁଲିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ମୋଟା ହାତୀଟି କବାଟ ଦେଇ ଆସୁଥିବା ବେଳେ ତାର ବିଶାଳ ଶରୀରକୁ ଚାପିଚୁପି କରିଡରକୁ ପ୍ରବେଶ କରିଥିଲା।

କିଛି ସମୟ କରିଡରରେ ଠିଆ ହୋଇ ଏଣେତେଣେ ନିରୀକ୍ଷଣ କରିଥିଲା। ଡାକ୍ତରଖାନା କର୍ମଚାରୀମାନେ ଏହାର ଫଟୋ ଉଠାଇଛନ୍ତି। ଆଇଏଫ୍‌ଏସ୍‌ ଅଧିକାରୀ ସୁଶାନ୍ତ ନନ୍ଦ ସେନା ଶିବିର ଡାକ୍ତରଖାନା ଭିତରେ ପଶିଥିବା ଏହି ଦୁଇ ବଣୁଆ ହାତୀଙ୍କ କ୍ଲୋଜ୍‌ ଅପ୍ ଫଟୋ ପୋଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe