ଡିଜିଟାଲ ବୁଡ଼: ଭିଡି଼ଓ କଲରେ ଥିଲେ ସ୍ବାମୀ, ମହାକୁମ୍ଭରେ ମୋବାଇଲକୁ ବୁଡ଼ାଇଦେଲେ ସ୍ତ୍ରୀ

mobile dip

Photograph: (SAMBAD.IN)

ପ୍ରୟାଗରାଜ: ସ୍ବାମୀଙ୍କ ସହ ମହାକୁମ୍ଭରେ ବୁଡ ପକାଇବାକୁ ଭାରି ଇଚ୍ଛା ଥିଲା, ହେଲେ ସ୍ବାମୀ ଦୂରରେ ଥିବାରୁ ସେ ଇଚ୍ଛା ପୂରଣ ହେଇପାରୁ ନଥିଲା । ମାତ୍ର ଯେତେବେଳେ ମହାକୁମ୍ଭର କ୍ରେଜ ଦିନକୁ ଦିନ ବଢିଲା ଆଉ ଲୋକେ କେବଳ ବାଟରେ ଘାଟରେ ମହାକୁମ୍ଭର କଥା ହେଉଥିଲେ, ଚର୍ଚ୍ଚା କରୁଥିଲେ ଠିକ୍ ସେତେବେଳେ ମହିଳା ଜଣଙ୍କ ବିନା ସ୍ବାମୀରେ ପ୍ରୟାଗରାଜ ଯାଇ ମହାକୁମ୍ଭରେ ବୁଡ ପକାଇବାକୁ ନିଷ୍ପତ୍ତି ନେଇଥିଲେ ଏବଂ ପ୍ରୟାଗରାଜ ଯାଇଥିଲେ ମଧ୍ୟ ।

ମହାକୁମ୍ଭର ତ୍ରିବେଣୀ ସଙ୍ଗମରେ ନିଜେ ତ ବୁଡ ପକାଇ ନିଜ ସ୍ବପ୍ନ ପୂରଣ କରିବା ସହ ପୂଣ୍ୟ ଅର୍ଜନ କଲେ ତାସହ ନିଜ ଦୂରରେ ଥିବା ସ୍ବାମୀଙ୍କୁ ବି ମହାକୁମ୍ଭରେ ବୁଡ଼ ପକାଇଦେଲେ । ସ୍ବାମୀ ପାଖରେ ନଥିଲେ ସତ କି ତ୍ରିବେଣୀ ଘାଟରେ ଉପସ୍ଥିତ ନଥିଲେ ସତ, ହେଲେ ସେ ଭିଡିଓ କଲରେ ଥିଲେ ଆଉ ମହିଳା ଜଣଙ୍କ ସ୍ବାମୀ ଭିଡିଓ କଲ୍ କରିଥିବା ସମୟରେ ସଙ୍ଗମ ଘାଟରେ ମୋବାଇଲକୁ ବୁଡ ପକାଇଥିଲେ । ବାରମ୍ବାର ଫୋନକୁ ପାଣିରେ ବୁଡାଇ ଥିଲେ ମହିଳା ଯେଉଁଥିରେ ତାଙ୍କ ସ୍ବାମୀ ଦେଖା ଯାଉଥିଲେ ଏବଂ ପରେ ଫୋନ୍ କଟିଯାଇଥିଲା । ବାରମ୍ବାର ପାଣିରେ ବୁଡାଇବା ପରେ ବି ଫୋନ୍ ଖରାପ ହୋଇନଥିଲା ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଏହି ଡିଜିଟାଲ ସ୍ନାନ ଏତେ ଭାଇରାଲ ହେଉଛି ଯେ ଯିଏ ଦେଖୁଛି ସିଏ ହସି ହସି ବେଦମ ହେଉଛି । ପୂର୍ବରୁ ପ୍ରୟାଗରାଜର ଜଣେ ଯୁବକ ଲୋକଙ୍କ ଠାରୁ ହ୍ବାଟ୍ସଆପରେ ଫଟୋ ମଗାଇ ତାକୁ ପ୍ରିଣ୍ଟ କରି ମହାକୁମ୍ଭରେ ବୁଡ ପକାଇ ଟଙ୍କା ରୋଜଗାର କରୁଥିବା ନଜର ଆସିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe