ପଞ୍ଜାବରେ କଂଗ୍ରେସ ନେତାଙ୍କୁ ଗୁଳିମାରି ହତ୍ୟା କଲେ ମହିଳା

Advertisment
ପଞ୍ଜାବରେ କଂଗ୍ରେସ ନେତାଙ୍କୁ ଗୁଳିମାରି ହତ୍ୟା କଲେ ମହିଳା

OpIndia

ଅମୃତସର : ପଞ୍ଜାବରେ ସୋମବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମେଜର ସିଂହ ଧଲିୱାଲ ନାମକ ଜଣେ କଂଗ୍ରେସ ନେତାଙ୍କୁ ଜଣେ ମହିଳା ଗୁଳିକରି ହତ୍ୟା କରିଛନ୍ତି। ପଞ୍ଜାବର ତରନ ତରନରେ ଏହି ଘଟଣା ଘଟିଛି। ତରନ ତରନର ଏସ୍‌ପି ଗୁରମିତ ଚୌହାନ କହିଛନ୍ତି, ଗୁଳିମାଡ଼ କରିଥିବା ମହିଳା ଜଣଙ୍କ କଂଗ୍ରେସ ନେତାଙ୍କ ସମ୍ପର୍କୀୟ। କୌଣସି ବ୍ୟକ୍ତିଗତ କାରଣ ପାଇଁ ସେ କଂଗ୍ରେସ ନେତାଙ୍କୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।

ପୁଲିସ ସୂଚନାନୁଯାୟୀ ପଟ୍ଟି ସୀମା ସହରର ସାଙ୍ଗୱା ଗ୍ରାମରେ କଂଗ୍ରେସ ନେତା ଧଲିୱାଲଙ୍କର ଏକ ବିବାହ ମଣ୍ଡପ ନିକଟରେ ମହିଳା ଜଣଙ୍କ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କ ଦେହରେ ୨ଟି ଗୁଳି ବାଜିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଅଭିଯୁକ୍ତ ଫେରାର ‌ହୋଇଯାଇଛି। ତାକୁ ଧରିବାପାଇଁ ପୁଲିସ ଟିମ୍‌ ମୁତୟନ ହୋଇଛନ୍ତି। ଧଲିୱାଲ ପୂର୍ବତନ କଂଗ୍ରେସ ସରକାର ସମୟରେ ପଟ୍ଟି ବଜାର କମିଟିର ସଭାପତି ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe