ଭଗବାନଙ୍କ ଇଚ୍ଛାରେ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି ମିଜୋରାମ ମହିଳା!

Advertisment
ଭଗବାନଙ୍କ ଇଚ୍ଛାରେ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି ମିଜୋରାମ ମହିଳା!

Hindustan Times

ଐଜଲ୍‌: ମିଜୋରାମ୍‌ ଇତିହାସରେ ଏହା ପ୍ରଥମ ଘଟଣା। ପ୍ରଥମ ଥର ପାଇଁ ଜଣେ ମହିଳା ମିଜୋରାମ୍‌ରେ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ଏହା ପୁଣି ଭଗବାନଙ୍କ ଇଚ୍ଛାରେ। ଯଦି ସେ ବିଜୟ ହାସଲ କରିବେ, ତେବେ ମିଜୋରାମ୍‌ ନିର୍ବାଚନୀ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯିବ। ଏହି ମହିଳାଙ୍କ ନାମ ଲାଲ୍‌ଥାମୁଆନି। ରାଜ୍ୟରେ ମହିଳାମାନଙ୍କୁ ସ୍ବତନ୍ତ୍ର ସମ୍ମାନ ଦେବାପାଇଁ ‌ସେ ଭଗବାନଙ୍କ ଇଚ୍ଛାରେ ଏହି ନିର୍ବାଚନ ଲଢ଼ୁଛନ୍ତି ବୋଲି କହିଛନ୍ତି। ୯ ଦିନ ପୂର୍ବେ ତାଙ୍କୁ ଏଥିପାଇଁ ଭଗବାନଙ୍କ ପାଖରୁ ନିର୍ଦ୍ଦେଶ ଆସିଥିବା ସେ ଦାବି କରିଛନ୍ତି। ୬୩ ବର୍ଷୀୟା ଲାଲ୍‌ଥାମୁଆନି ସ୍ବାଧୀନ ପ୍ରାର୍ଥୀଭାବେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଥିବା ଏକ ଆସନରେ ୫ ଜଣ ପୁରୁଷ ପ୍ରାର୍ଥୀଙ୍କ ବି‌ରୋଧରେ ନିର୍ବାଚନ ଲଢ଼ୁଛନ୍ତି । ନିଜର ଏହି ନିର୍ବାଚନୀ ଲଢ଼େଇକୁ ‌ସେ ଏକ ପବିତ୍ର ଯୁଦ୍ଧ ବୋଲି କହିବା ସହ ଏଥିରେ ପ୍ରତ୍ୟେକ ମହିଳା ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe