ଆଧାର ଡାଟା ସଂପୂର୍ଣ୍ଣ ସୁରକ୍ଷିତ: ୟୁଆଇଡିଏଆଇ

Advertisment
ଆଧାର ଡାଟା ସଂପୂର୍ଣ୍ଣ ସୁରକ୍ଷିତ: ୟୁଆଇଡିଏଆଇ

ନୂଆଦିଲ୍ଳୀ: ୟୁନିକ୍‌ ଆଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ସୋମବାର ପ୍ରକାଶ କରିଛି ଯେ ଆଧାରକାର୍ଡର ଡାଟା ସଂପୂର୍ଣ୍ଣ ସୁରକ୍ଷିତ ଏବଂ ନିରାପଦ।

ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି କି ଆଧାର ନମ୍ବରକୁ ଗୁପ୍ତ ରଖିବାର ଆବଶ୍ୟକତା ନାହିଁ। ଯଦି କୌଣସି କଲ୍ୟାଣକାରୀ କିମ୍ବା ଅନ୍ୟାନ୍ୟ ଯୋଜନାରେ ଆଧାର ନମ୍ବର ଦେବାକୁ ହୁଏ, ଆଧାରଧାରୀ ନିଜର ଆଧାର ନମ୍ବରକୁ ଦେଇପାରନ୍ତି।

ସୂଚନା ଅଧିକାର ଆଇନ୍‌(ଆର୍‌ଟିଆଇ) ଜରିଆରେ ମଗାଯାଇଥିବା ତଥ୍ୟରୁ ଜଣାପଡ଼ିଥିଲା ଯେ ୨୧୦ ସରକାରୀ େଓ୍ଵବ୍‌ସାଇଟ୍‌ରେ ଆଧାର ସଂପର୍କିତ ବ୍ୟକ୍ତିଗତ ତଥ୍ୟକୁ ସର୍ବସାଧାରଣ କରି ଦେଇଛନ୍ତି। ଏ କଥାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା। ଏବେ ୟୁଆଇଡିଏଆଇ ପକ୍ଷରୁ ସଫେଇ ଦେଇ କୁହାଯାଇଛି ଯେ କେବଳ ଆଧାର ନମ୍ବର ସର୍ବସାଧାରଣ କରାଯାଇଥିଲା। ବାୟୋମେଟ୍ରିକ୍ସ ସଂପର୍କିତ କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ। ୟୁଆଇଡିଏଆଇ ଡାଟାବେସ୍‌ କିମ୍ବା ସର୍ଭରରୁ ଏପର୍ଯ୍ୟନ୍ତ କୌଣସି ଡାଟା ଚୋରି ହୋଇନାହିଁ। ଆଧାର ଡାଟା ସଂପୂର୍ଣ୍ଣ ସୁରକ୍ଷିତ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe