ନକ୍ସଲ ହିଂସା କିମ୍ବା ଆତଙ୍କୀ ହାମ୍‌ଲାରେ ଶିକାର ହୋଇଥିବା ପୀଡ଼ିତଙ୍କୁ ସରକାରୀ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ଆଧାରକୁ କରାଗଲା ବାଧ୍ୟତାମୂଳକ

ନକ୍ସଲ ହିଂସା କିମ୍ବା ଆତଙ୍କୀ ହାମ୍‌ଲାରେ ଶିକାର ହୋଇଥିବା ପୀଡ଼ିତଙ୍କୁ ସରକାରୀ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ଆଧାରକୁ କରାଗଲା ବାଧ୍ୟତାମୂଳକ

News24

ନୂଆଦିଲ୍ଲୀ: ଦେଶରେ ନକ୍ସଲ ହିଂସା କିମ୍ବା ଆତଙ୍କବାଦୀଙ୍କ ଆତଙ୍କୀ ହାମ୍‌ଲାରେ ଶିକାର ହୋଇଥିବା ପୀଡ଼ିତମାନଙ୍କୁ ଯେ କୌଣସି ପ୍ରକାରର ସରକାରୀ ଆର୍ଥିକ ସହାୟତା ବା ଆର୍ଥିକ ଅନୁକମ୍ପା ବା ଆର୍ଥିକ କ୍ଷତିପୂରଣ ପାଇବାକୁ ହେଲେ ସେମାନଙ୍କ ନିକଟରେ ଆଧାର କାର୍ଡ ରହିବା ନିହାତି ଆବଶ୍ୟକ। ଏହି ନିୟମକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଜି ଠାରୁ ବାଧ୍ୟତାମୂଳକ କରିଦେବା ସହ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କରେ ଲାଗୁ କରି ଦେଇଛନ୍ତି। କେବଳ, ମାତ୍ର ଆସାମ ଓ ମେଘାଳୟକୁ ଏହି ନୂତନ ନିୟମରୁ ବାଦ୍‌ ଦିଆ ଯାଇଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି।

publive-image News24

ଏଥିସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ଜାରି ଏହି ବିଜ୍ଞପ୍ତିରେ ସ୍ପଷ୍ଟ କରି ଦିଆଯାଇଛି ଯେ ଯଦି କୌଣସି ପ୍ରକାରର ନକ୍ସଲ ହିଂସା କିମ୍ବା ଆତଙ୍କବାଦୀଙ୍କ ଆତଙ୍କୀ ହାମ୍‌ଲାରେ ଶିକାର ହୋଇଥିବା ପୀଡ଼ିତଙ୍କର ଆଧାର କାର୍ଡ ନଥିବ ତେବେ ସେମାନଙ୍କୁ ଆଜିଠାରୁ ସରକାରଙ୍କ ପକ୍ଷରୁ ପ୍ରଦାନ କରା ଯାଉଥିବା କୌଣସି ପ୍ରକାରର ଆର୍ଥିକ ସହାୟତା ବା ଆର୍ଥିକ ଅନୁକମ୍ପା ବା ଆର୍ଥିକ କ୍ଷତିପୂରଣ ମିଳିପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe