ହାଇଦ୍ରାବାଦ: ପ୍ରଥମ ଥର ପାଇଁ ନବମ ଓ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ୨୦୧୭-୧୮ରେ ଆଧାରକାର୍ଡକୁ ବାଧ୍ୟତାମୂଳକ କରି ଦେଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ)। ପିଲାମାନଙ୍କୁ ବାର୍ଷିକ ପରୀକ୍ଷା ଦେବାକୁ ହେଲେ ସେମାନଙ୍କର ଆଧାରକାର୍ଡ ନମ୍ବରକୁ ପଞ୍ଜିକରଣ କରିବାକୁ ହେବ। ଶିକ୍ଷାଗତ ଯୋଗ୍ୟତାର ମୂଲ୍ୟାୟନରେ ସଂସ୍କାର ଆଣିବା ପାଇଁ ସିବିଏସ୍ଇ ସ୍କୁଲମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛି। ନିର୍ଦ୍ଦେଶ ଅନୁସାରେ ଶିକ୍ଷାବର୍ଷ ୨୦୧୭-୧୮ ପଢୁଥିବା ପିଲାଙ୍କୁ ଅାଧାର ପଞ୍ଜିକରଣ କରିବାକୁ ହେବ।
ସମସ୍ତ ସିବିଏସ୍ଇ ସଂଯୁକ୍ତ ବିଦ୍ୟାଳୟଗୁଡ଼ିକୁ ପିଲାମାନଙ୍କର ଆଧାରକାର୍ଡ ପଞ୍ଜିକରଣ ପାଇଁ େଓ୍ଵବସାଇଟ ଜରିଆରେ ନୋଟିସ ଦିଆଯାଇଛି। ସିବିଏସଇ କହିଛି, ବିଦ୍ୟାଳୟଗୁଡ଼ିକ ଅନ୍ଲାଇନ ମାଧ୍ୟମରେ ପିଲାମାନଙ୍କର ନାମ ପଞ୍ଜିକରଣ କରିପାରିବେ। ସିବିଏସ୍ଇ ମୁତାବକ ଯଦି ଆଧାର ନମ୍ବର ନାହିଁ, ପିଲାଏ ପଞ୍ଜିକରଣ ପାଇଁ ଆଧାର ଏର୍ଣ୍ଣୋଲମେଣ୍ଟକୁ ବ୍ୟବହାର କରିପାରିବେ। ବିଦେଶୀ ନାଗରିକ ପାସପୋର୍ଟ ନମ୍ବର ସହିତ ସେହି ଦେଶ ଦ୍ୱାରା ମିଳିଥିବା ପରିଚୟ ପତ୍ରର ନମ୍ବର ଦେବେ। ସିବିଏସ୍ଇର ନୋଟିସ ଜାରି ହେବା ପରେ ବିଦ୍ୟାଳୟଗୁଡ଼ିକ ପିଲାଙ୍କର ଆଧାର ନମ୍ବର ସଂଗ୍ରହ କରିବାରେ ଲାଗି ପଡ଼ିଛନ୍ତି।
Follow Us