ବିବାହ ଭୋଜିରେ ଖାଇବା ପାଇଁ ବରଯାତ୍ରୀଙ୍କୁ ଦେଖାଇବାକୁ ପଡ଼ିଲା ଆଧାର କାର୍ଡ

ବିବାହ ଭୋଜିରେ ଖାଇବା ପାଇଁ ବରଯାତ୍ରୀଙ୍କୁ ଦେଖାଇବାକୁ ପଡ଼ିଲା ଆଧାର କାର୍ଡ

ଲକ୍ଷ୍ନୌ: ସରକାରୀ କାର୍ଯ୍ୟ ହେଉ କିମ୍ବା ବ୍ୟକ୍ତିଗତ କାମ, ଆଧାର କାର୍ଡ ସବୁବେଳେ ଆବଶ୍ୟକ ହୋଇଥାଏ | କିନ୍ତୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଯେ ବିବାହ ଭୋଜିରେ ଖାଇବା ପାଇଁ ଆଧାର କାର୍ଡର ଆବଶ୍ୟକ ପଡିଛି। ନିଶ୍ଚିତ ଭାବରେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଥିବେ କି ଏହା କିପରି ସମ୍ଭବ? କିନ୍ତୁ ଏପରି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଆମ୍ରୋହୀ ଜିଲ୍ଲାର ଏକ ଗାଁରେ ବରଯାତ୍ରୀମାନେ ଆଧାର କାର୍ଡ ଦେଖାଇ ଖାଇବାକୁ ଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ଦେଖିବା ପରେ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏହି ଭାଇରାଲ୍ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି କିପରି ଆଧାର କାର୍ଡ ଦେଖାଉଛନ୍ତି କିନ୍ତୁ ଅନ୍ୟ ଜଣେ ବ୍ୟକ୍ତି ଫାଟକ ବନ୍ଦ କରୁଛନ୍ତି। ଭିଡିଓ ସେୟାର କରିବାବେଳେ ଲୋକମାନେ ଦାବି କରୁଛନ୍ତି ଯେ ଅଧିକ ଅତିଥିଙ୍କ ଉପସ୍ଥିତି ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଏହି ଭିଡିଓ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଇଛି । ଲୋକମାନେ ମଧ୍ୟ ଏହି ଭିଡିଓ ଟିକୁ ଭାଇରାଲ କରୁଛନ୍ତି । ଇମ୍ରାନ ସିଦ୍ଦିକି ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ଫେସବୁକରେ ସେୟାର କରିଛନ୍ତି। ସେ ଏହି ପୋଷ୍ଟ ସହିତ ଏକ କ୍ୟାପସନ୍ ମଧ୍ୟ ସେୟାର କରିଛନ୍ତି। କ୍ୟାପସନରେ ସେ ଲେଖିଛନ୍ତି - ଆମ୍ରୋହୀ, ହାସନପୁର ଅଞ୍ଚଳରେ ଅଧିକ ସଂଖ୍ୟକ ବରଯାତ୍ରୀ ବିବାହ ଉତ୍ସବରେ ପହଞ୍ଚିବା ଯୋଗୁଁ ଆଧାର କାର୍ଡ ଦେଖି ଖାଇବାକୁ ଭିତରକୁ ଛାଡିଲେ ଝିଅ ଘର ଲୋକେ । ଯେଉଁମାନଙ୍କ ପାଖରେ ଆଧାର କାର୍ଡ ନଥିଲା ସେମାନେ ବିଚାରା ନ ଖାଇ ଘରକୁ ଫେରି ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe