ନୂଆଦିଲ୍ଲୀ: ଭାରତର ବିକାଶ ଲକ୍ଷ୍ୟ ପୂରଣ କରିବାରେ ଆଧାର ଏକ ପ୍ରମୁଖ ମାଧ୍ୟମ। କିନ୍ତୁ ସୁପ୍ରିମ୍ କୋର୍ଟଙ୍କ ଆଜିର ରାୟ ଏହାକୁ ଅଧିକ ଉନ୍ନତ ଏବଂ ସୁଦୃଢ଼ କରିପାରିଛି। ଏକକ ପରିଚୟ ବ୍ୟବସ୍ଥା ଆଧାରର ମୁଖ୍ୟ ସୂତ୍ରଧର ଭାବେ ଜଣାଶୁଣା ତଥା ଭାରତୀୟ ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ)ର ପୂର୍ବତନ ଅଧ୍ୟକ୍ଷ ନନ୍ଦନ ନିଲେକାନୀ ବୁଧବାର ସୁପ୍ରିମ୍ କୋର୍ଟଙ୍କ ରାୟକୁ ସ୍ବାଗତ କରି ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସୁପ୍ରିମ୍ କୋର୍ଟଙ୍କ ରାୟ ଦ୍ବାରା ଆଧାର ପ୍ରକଳ୍ପରେ ସାଧାରଣ ଜନତାଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଆଲୋଚନା ଓ ବିଚାରବିମର୍ଶ ଭଳି ଗଣତାନ୍ତ୍ରିକ ପ୍ରକ୍ରିୟା ଦ୍ବାରା ଆମେ ମିଳିତ ଭାବେ ଏକ ଉନ୍ନତ ଆଧାର ସୃଷ୍ଟି କରିପାରିଛୁ ବୋଲି ଟ୍ବିଟ୍ କରି ନିଲେକାନୀ ଦର୍ଶାଇଛନ୍ତି।
ଆଧାର ଏବେ ଉନ୍ନତ, ସୁଦୃଢ଼: ନିଲେକାନୀ
Advertisment
Follow Us