ବିମାନ ବନ୍ଦର ପାଇଁ ‘ଏସ୍ଓପି’ ଜାରି କଲା ଏୟାର୍‌ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ

ବିମାନ ବନ୍ଦର ପାଇଁ ‘ଏସ୍ଓପି’ ଜାରି କଲା ଏୟାର୍‌ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ

Image Source: Zee News

ନୂଆଦିଲ୍ଲୀ: ସୋମବାର ଠାରୁ ଦେଶ ମଧ୍ୟରେ ବିମାନ ଚଳାଚଳ ପାଇଁ ସରକାରଙ୍କ ଘୋଷଣା ପରେ ଆଜି ‘ଏୟାର୍‌ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ’ (ଏଏଆଇ) ବିମାନବନ୍ଦରଗୁଡ଼ିକ ନିମନ୍ତେ ‘ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍ ପ୍ରସିଜ୍ୟୁର୍ସ’ (ଏସ୍ଓପି) ଜାରି କରିଛି।

ଏଠାରେ ପ୍ରକାଶଯୋଗ୍ୟ କି, ‌କରୋନାଭାଇରସ୍ ସଂକ୍ରମଣ ପ୍ରତିହତ କରିବା ଉଦ୍ଦେଶ୍ୟରେ ଲକ୍‌ଡାଉନ୍ ଜାରି ହେବାରୁ ଦୁଇ ମାସ ପୂର୍ବରୁ ବିମାନ ଚଳାଚଳ ବନ୍ଦ ରହିଥିଲା।

ବିମାନ ଯାତ୍ରା ନି‌ମନ୍ତେ ୧୪ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ଆରୋଗ୍ୟ ସେତୁ ଡାଉନ୍‌ଲୋଡ୍ କରିବା ବାଧ୍ୟତାମୂଳକ ନୁହେଁ ବୋଲି ‘ଏସ୍ଓପି’ ଉଲ୍ଲେଖ କରାଯାଇଛି। କିନ୍ତୁ, ଅନ୍ୟ ଯାତ୍ରୀମାନେ ସେମାନଙ୍କ ଫୋନ୍‌ରେ ଏହି ଆପ୍ ଡାଉନ୍‌ଲୋଡ୍ କରିବେ। ବିମାନ ବନ୍ଦର ଫାଟକରେ ଥିବା ବିମାନ ବନ୍ଦର କର୍ମଚାରୀ କିଂବା ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିୟାଲ୍ ସିକ୍ୟୁରିଟି ଫୋର୍ସ ଏହାକୁ ଯାଞ୍ଚ କରିବେ। ଆପ୍‌ରେ ଯେଉଁମାନେ ଗ୍ରିନ୍ ଦେଖାଯିବେ ନାହିଁ, ସେମାନଙ୍କୁ ବିମାନ ବନ୍ଦରକୁ ଛଡ଼ାଯିବ ନାହିଁ।

ଯାତ୍ରୀମାନେ ମାସ୍କ ଓ ଗ୍ଲୋଭ୍‌ସ୍ ପିନ୍ଧିବେ। ଏହାଛଡ଼ା, ଏୟାରପୋର୍ଟ ଟର୍ମିନାଲ୍ ବିଲ୍‌ଡିଙ୍ଗ୍ ମଧ୍ୟକୁ ପ୍ରବେଶ କରିବା ଆଗରୁ ଯାତ୍ରୀମ‌ାନେ ସହର ପଟେ ଥିବା ଥର୍ମାଲ୍ ସ୍କ୍ରିନିଙ୍ଗ୍ ଜୋନ୍‌ ଦେଇ ଚାଲି ଚାଲି ଆସିବା ବାଧ୍ୟତାମୂଳକ। ଟର୍ମିନାଲ୍ ବିଲ୍‌ଡିଙ୍ଗ୍ ମଧ୍ୟକୁ ପଶିବା ପୂର୍ବରୁ ଯାତ୍ରୀମାନଙ୍କର ବ୍ୟାଗେଜ୍‌ଗୁଡ଼ିକୁ ସାନିଟାଇଜ୍ କରିବାକୁ ବିମାନ ବନ୍ଦର ପରିଚାଳକମାନେ ଉପଯୁକ୍ତ ବନ୍ଦୋବସ୍ତ କରିବା ଆବଶ୍ୟକ।

publive-image Image Source: NDTV

ପାର୍କିଙ୍ଗ୍ ଏବଂ ଫୁଟ୍ ପାଥ୍‌ରେ ଗହଳି ନ କରାଇ ସାମାଜିକ ଦୂରତା ବଜାୟ ରଖିବାକୁ ସିଆଇଏସ୍‌ଏଫ୍ ଏବଂ ଟ୍ରାଫିକ୍ ପୁଲିସ ସହାୟତାରେ ତୀବ୍ର ଦୃଷ୍ଟି ରଖିବାକୁ ଏହି ‘ଏସ୍‌ଓପି’ରେ ନିର୍ଦେଶ ଦିଆଯାଇଛି।

ବିମାନ ବନ୍ଦରକୁ ଯିବା ଆସିବା କରିବା ନିମନ୍ତେ ଯାତ୍ରୀ ଏବଂ ଏୟାର୍‌ଲାଇନ୍‌ର କର୍ମଚାରୀଙ୍କ ନିମନ୍ତେ ରାଜ୍ୟ ସରକାର ଏବଂ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ ସର୍ବସାଧାରଣ ପରିବହନ ଓ ଟ୍ୟାକ୍ସି ବନ୍ଦୋବସ୍ତ କରିବାକୁ ଏଏଆଇ କହିଛି।

ବିମାନ ଉଡ଼ାଣର ଦୁଇ ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe