ବିଗ୍‌-ବି’ଙ୍କୁ ଅମୀର ଟେକିଲେ; ଲୋକେ ଏକମତ ହେଲେ

ଗତ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଭାରତୀୟ ଜନଜୀବନରେ ବିଶେଷ କରି ଅଗଣିତ ସିନେପ୍ରେମୀଙ୍କ ହୃଦୟରେ ନିଜକୁ ପ୍ରାସଙ୍ଗିକ କରି ରଖିଥିବା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ପୂର୍ବର ଓ ଏବର ବଲିଉଡ୍‌ ସହଅଭିନେତାମାନେ ମଧ୍ୟ ବହୁତ ସମ୍ମାନ କରନ୍ତି।

gggjgjgj

ଗତ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଭାରତୀୟ ଜନଜୀବନରେ ବିଶେଷ କରି ଅଗଣିତ ସିନେପ୍ରେମୀଙ୍କ ହୃଦୟରେ ନିଜକୁ ପ୍ରାସଙ୍ଗିକ କରି ରଖିଥିବା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ପୂର୍ବର ଓ ଏବର ବଲିଉଡ୍‌ ସହଅଭିନେତାମାନେ ମଧ୍ୟ ବହୁତ ସମ୍ମାନ କରନ୍ତି। ୮୨ ବର୍ଷ ବୟସରେ ମଧ୍ୟ ସାମାଜିକ ଗଣମାଧମରେ ସେ ସବୁଠୁ ଅଧିକ ଲୋଡ଼ାହେଉଥିବା ଲୋକଙ୍କ ଭିତରେ ଗଣାହୁଅନ୍ତି। ଏବେ ମଧ୍ୟ କାଦର ଖାଁ, ସଲିମ ଖାଁ’ଙ୍କ ପରି ଅଳ୍ପ କେତେଜଣଙ୍କୁ ଛାଡ଼ିଦେଲେ ଚଳଚ୍ଚିତ୍ର ଜଗତର କେହି ବି ତାଙ୍କ ପ୍ରତି ପରୋକ୍ଷରେ ସୁଦ୍ଧା ପ୍ରାୟତଃ ନକରାତ୍ମକ ମତମନ୍ତବ୍ୟ ଦିଅନ୍ତି ନାହିଁ। ବଲିଉଡ୍‌ ସହ ଜଡ଼ିତ ପ୍ରତିଟି ବ୍ୟକ୍ତି ଏପରିକି ତାରକାମାନେ ମଧ୍ୟ ଏହି ମହାନାୟକଙ୍କୁ ପାଖରେ ପାଇଲେ କୃତକୃତ୍ୟ ହୋଇଯାଉଥିବା ଦେଖିବାକୁ ମିଳେ। ଭିନ୍ନ ସ୍ବାଦର ଲୋକପ୍ରିୟ ଅଭିନେତା ଅମୀର ଖାଁ  ଗତ ଅକ୍ଟୋବର ୧୧ ତାରିଖରେ ବିଗ୍‌-ବି’ଙ୍କର ଜନ୍ମଦିନରେ କେବିସିରେ ଯୋଗଦେବାକୁ ଆସିଥିଲେ। ସୁଯୋଗ ପାଇ ଅମୀର ସେଦିନ ତାଙ୍କ ଉଦ୍ଦେଶ୍ୟରେ ଯେଉଁ କଥା କେଇପଦ କହିଥିଲେ, ସେଗୁଡ଼ିକର ଭିଡିଓ କ୍ଲିପିଂଗୁଡ଼ିକ ଭାଇରାଲ ହୋଇଛି। ଭାରତରେ ଅମିତାଭ କେତେ ଶ୍ରଦ୍ଧାଶୀଳ ତାହା ସେଥିରୁ ବୁଝାପଡ଼ୁଛି। ଅମୀର କହୁଛନ୍ତି, ‘‘ପୂରା ହିନ୍ଦୁସ୍ଥାନ କେବିସିରେ ଅଛି ବୋଲି ଆପଣ କହନ୍ତି। କିନ୍ତୁ ମୁଁ ତ କହିବି,  ହିନ୍ଦୁସ୍ତାନର ପ୍ରତିଟି ହୃଦୟରେ ଆପଣ ଅଛନ୍ତି।’’ ପ୍ରାୟ ଅଧିକାଂଶ ପ୍ରତିକ୍ରିୟା ଆସିଛି ଅମୀରଙ୍କ ସମର୍ଥନରେ। ଅମିତାଭଙ୍କୁ ଜନ୍ମଦିନ ଶୁଭେଚ୍ଛାରେ ଏଇ ପୋଷ୍ଟଗୁଡ଼ିକ ଭର୍ତ୍ତି ହୋଇଯାଇଛି। ଗୋଟିଏ ମନ୍ତବ୍ୟକୁ ପ୍ରତିନିଧିମୂଳକ ଧରାଯାଇପା‌ରେ:- ‘‘ମୋର ଏଇ କଥାଟି ହିଁ ଶିରୋନାମ ଅଟେ -ବଚ୍ଚନ ନାହିଁ ତ ବଲିଉଡ୍ ନାହିଁ।’’

ଅତୀତରେ ଅମିତାଭଙ୍କ ଉପରେ ହୋଇଥିବା ପୋଷ୍ଟମାନଙ୍କରେ ଯେ ନକାରାତ୍ମକ, ଏପରିକି ଅଶାଳୀନ ମତମନ୍ତବ୍ୟ ଆଦୌ ଆସିନାହିଁ ତାହା ନୁହେଁ। ଏମିତିରେ ତ ଲୋକଙ୍କ ଲଗାମଛଡ଼ା ଭାଷା ପାଇଁ ବଦନାମ ହେଉଥାଏ ସାମାଜିକ ଗଣମାଧ୍ୟମ। ତେବେ ଏହାକୁ ମଧ୍ୟ ବିନମ୍ରତା ପାଇଁ ଥରେଥରେ ଧନ୍ୟବାଦ ଦେବାକୁ ପଡ଼େ। ଅମୀର ଖାଁଙ୍କ ଏହି ପୋଷ୍ଟଟିରେ ନେଟିଜେନମାନେ ଅମିତାଭଙ୍କ ପ୍ରତି ସର୍ବନିମ୍ନ ସୌଜନ୍ୟ ଭୁଲିନାହାନ୍ତି। ସାଧାରଣତଃ ବିରୋଧୀମାନଙ୍କ ଜୀବନଚର୍ଯ୍ୟା ଓ ବିଚାର ସହ ଯେତେ ଅସହମତି ଥିଲେ ବି ସେମାନଙ୍କ ଜନ୍ମଦିନରେ ସାମାଜିକ ଗଣମାଧ୍ୟମରେ ନିନ୍ଦାରୁ ନିବୃତ୍ତ ରହନ୍ତି ନେଟିଜେନ୍‌ମାନେ। ଏହି ପୋଷ୍ଟଟିରେ ଏତେ ଅଧିକ ସଂଖ୍ୟାରେ ଭାଗ ନେଇଥିବା ସତ୍ତ୍ବେ କେହି ଜଣେ ବି ଭାଷା ଖରାପ କରିନାହାନ୍ତି। ଏପରିକି ଅମିତାଭଙ୍କୁ କେହି ଜଣେ ହେଲେ ବି ଟାହିଟାପରା କରିବା ସୁଦ୍ଧା ଦେଖାଯାଇନାହିଁ। ଅବଶ୍ୟ ଏଥିପାଇଁ ବଲିଉଡ୍‌ରେ ଅମୀରଙ୍କ ପ୍ରତି ରହିଥିବା ଉଚ୍ଚ ଭାବନାର ବି ଭୂମିକା ରହିଛି ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe