ଅତିଶୀଙ୍କୁ ଅପମାନିତ କରିଥିବାରୁ ସ୍ବାତୀଙ୍କୁ ଇସ୍ତଫା ଦେବାକୁ କହିଲା ଆପ୍

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ଅତିଶୀ । ତାଙ୍କ ନାମ ଘୋଷଣା ହେବା ପରେ ଦିଲ୍ଲୀ ପାଇଁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଦିନ ବୋଲି କହିଛନ୍ତି ସ୍ବାତୀ ମାଲିୱାଲ, ଯେଉଁଥିପାଇଁ ଆପ୍ ତାଙ୍କୁ ଇସ୍ତଫା ଦେବାକୁ କହିଛି।

swati

ନୂଆଦିଲ୍ଲୀ: ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଅତିଶୀ। ଗତ କିଛି ଦିନ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ଦଳ ବୈଠକ ପରେ ଅତିଶୀଙ୍କ ନାମ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ନାମ ପ୍ରସ୍ତାବ ଦେବା ପରେ ବିଧାୟକମାନେ ଏଥିରେ ରାଜି ହୋଇଥିଲେ। ତେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଅତିଶୀଙ୍କ ନାମ ଘୋଷଣା ହେବା ପରେ ଆପର ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ ଯେଉଁ ପ୍ରତିକ୍ରିୟା ଦେଇଥିଲେ ତାହା ତାଙ୍କୁ ଭାରୀ ପଡ଼ିଛି।

ଅତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ଜାଣି ସ୍ବାତୀ କହିଥିଲେ ଯେ, “ଦିଲ୍ଲୀ ପାଇଁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଦିନ। ଅତିଶୀଙ୍କ ପରି ଜଣେ ମହିଳା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି, ଯାହାର ପରିବାର ଆତଙ୍କବାଦୀ ଅଫଜଲ ଗୁରୁଙ୍କୁ ମୃତ୍ୟୁଦଣ୍ଡରୁ ରକ୍ଷା କରିବା ପାଇଁ ବହୁତ ସଂଘର୍ଷ କରିଥିଲା। ତାଙ୍କ ପିତାମାତା ରାଷ୍ଟ୍ରପତିଙ୍କୁ ଅନେକ ଥର ନିବେଦନ କରିଥିଲେ ଯେ, 'ଅଫଜଲ ନିର୍ଦ୍ଦୋଷ । ତାଙ୍କୁ ଫାଶୀ ଦିଆନଯାଉ । ସେ ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇଛନ୍ତି।' ଏଭଳି ଆତଙ୍କବାଦୀଙ୍କୁ ସମର୍ଥନ କରିଥିବା ମହିଳା ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ଆମେ ସମସ୍ତେ ଜାଣୁ ଯେ ସେ କେବଳ ଜଣେ “ଡମି ସିଏମ୍” ହେବେ |"

ବରିଷ୍ଠ ଆପ୍ ନେତା ତଥା ବିଧାୟକ ଦିଲୀପ ପାଣ୍ଡେ ପ୍ରତିକ୍ରିୟା ଦେଇ କହିଛନ୍ତି, "ସ୍ବାତୀ ମାଲିୱାଲ ଆପ୍ ଟିକେଟରେ ରାଜ୍ୟସଭା ଯାଇ ବିଜେପି ଦେଇଥିବା ସ୍କ୍ରିପ୍ଟ ପଢ଼ୁଛନ୍ତି | ଯଦି ତାଙ୍କ ମୁହଁରେ ଟିକିଏ ଲଜ୍ଜା ଥାଏ, ତେବେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦିଅନ୍ତୁ ଏବଂ ବିଜେପି ଟିକେଟ୍ ରେ ରାଜ୍ୟସଭା ଯାଆନ୍ତୁ | "

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe