ଦିଲ୍ଲୀ ସିଂହାସନ ମୋହ ଛାଡ଼ିପାରୁ ନାହିଁ ଏଏପି: ବି‌ଜେପି

ଦିଲ୍ଲୀ ସିଂହାସନ ମୋହ ଛାଡ଼ିପାରୁ ନାହିଁ ଏଏପି: ବି‌ଜେପି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ। ଏହାପରେ ତାଙ୍କର ଜାମିନ୍ ଆବେଦନ ନେଇ ଶୁଣାଣି କରାଯିବ। ଏପରିସ୍ଥଳେ ତାଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆମ୍ ଆଦମୀ ପାର୍ଟି(ଏଏପି) ବିଧାୟକମାନେ ସୁନୀତାଙ୍କୁ ଭେଟିବା ପରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶାସନ ଡୋର ଧରିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ତେବେ କେତେକ ଏଏପି ବିଧାୟକ ଏହି କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି। ସେମାନେ ପ୍ରକାଶ କରିଛନ୍ତି ଅରବିନ୍ଦ କେଜ୍ରିୱାଲ ଜେଲ୍‌ରୁ ଦିଲ୍ଲୀ ଶାସନ କରିବେ। ସୁନୀତାଙ୍କୁ ଭେଟିବା ପରେ ବିଧାୟକମାନେ କହିଛନ୍ତି ଦିଲ୍ଲୀର ୨ କୋଟି ଜନସାଧାରଣ କେଜ୍ରିୱାଲଙ୍କ ସହିତ ଅଛନ୍ତି। ତାଙ୍କୁ କୌଣସି ପରିସ୍ଥିତିରେ ଇସ୍ତଫା ଦେବାର ଆବଶ୍ୟକତା ନାହିଁ। ସେ ‌ ଜେଲ୍‌ରେ ରହି ସରକାର ଚଳାଇବା ଆବଶ୍ୟକ।

ଦିଲ୍ଲୀରେ ବିଜେପି ଅପରେସନ ଲୋଟସ ପୁଣି କରିବାକୁ ଅପପ୍ରୟାସ କରୁଛି। ମାତ୍ର ଏହା ବିଫଳ ହୋଇଥିବା ଏଏପି ବିଧାୟକ ସୌରଭ ଭରଦ୍ବାଜ କହିଛନ୍ତି।

ଏପରିସ୍ଥଳେ ବିଜେପି ଏହାକୁ ନେଇ ଏଏପିକୁ ଟାର୍ଗେଟ କରିଛି। ବିଜେପି କହିଛି ଏଏପି ଦିଲ୍ଲୀ ସିଂହାସନ ଲୋଭ ଛାଡ଼ିପାରୁ ନାହିଁ।

ବିଜେପି ପକ୍ଷରୁ ଗୌରବ ଭାଟିଆ କହିଛନ୍ତି କ୍ରେଜିୱାଲଙ୍କୁ ଇଡ଼ି ପକ୍ଷରୁ ୯ ଥର ସମନ ଜାରି କରାଯାଇଥିଲା। କିନ୍ତୁ ଦିଲ୍ଲୀର କ୍ଷମତା ମୋହରେ ଅନ୍ଧ ଥିବା ମୁଖ୍ୟମନ୍ତ୍ରୀ ନିଜ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲେ ବି ଏହାକୁ ବେଖାତିର କରିଥିଲେ। ଗିରଫ ନ ହେବା ପାଇଁ ସେ ବିଭିନ୍ନ ଉଦ୍ୟମ ଗ୍ରହଣ କରିଥିଲେ। କିନ୍ତୁ ହାଇକୋର୍ଟ କହିଥିଲେ ମଦ ନୀତି ଦୁର୍ନୀତିରେ ଆପଣ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ତାଙ୍କ ଗିରଫ ନେଇ ବିରୋଧୀ ଦଳ ବିଜେପି ଅଣ-ସାମ୍ବିଧାନିକ ତଥା ଅଗଣତାନ୍ତ୍ରିକ କାର୍ଯ୍ୟ କରୁଥିବା‌ ଅଭିଯୋଗ କରିଛନ୍ତି। କିନ୍ତୁ ଲୋକ ଦୁର୍ନୀତି ଶେଷ ହୋଇଥିବା କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe