‘ଆପ୍‌ଦା’ ଦିଲ୍ଲୀର ୧୧ ବର୍ଷ ନଷ୍ଟ କରିଛି: ମୋଦୀ

Advertisment

 ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆସନ୍ତାକାଲି ଶେଷ ହେବାକୁ ଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଆରକେ ପୁରମ୍‌ରେ ଆଜି ଏକ ରୢାଲିରେ ଉଦ୍‌ବୋଧନ ଦେଇଛନ୍ତି।

 ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆସନ୍ତାକାଲି ଶେଷ ହେବାକୁ ଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଆରକେ ପୁରମ୍‌ରେ ଆଜି ଏକ ରୢାଲିରେ ଉଦ୍‌ବୋଧନ ଦେଇଛନ୍ତି।

00

ନୂଆଦିଲ୍ଲୀ:  ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆସନ୍ତାକାଲି ଶେଷ ହେବାକୁ ଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଆରକେ ପୁରମ୍‌ରେ ଆଜି ଏକ ରୢାଲିରେ ଉଦ୍‌ବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ଆପ୍‌’ର ଜନବିରୋଧୀ ନୀତି ପାଇଁ ଏହାର ନେତାମାନେ ଏବେ ଦଳ ଛାଡୁଛନ୍ତି।  ଏହି ‘ଆପ୍‌ଦା’ ଦିଲ୍ଲୀର ୧୧ ବର୍ଷ ନଷ୍ଟ କରିଛି ଏବଂ ସେମାନେ ଦିଲ୍ଲୀବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି। ଗରିବ, କୃଷକ, ଯୁବ ଓ ମହିଳା ଶକ୍ତି ଭଳି ବିକଶିତ ଭାରତ ଗଠନ ପାଇଁ ୪ଟି ସ୍ତମ୍ଭକୁ ସୁଦୃଢ଼ କରିବାକୁ ମୁଁ ପ୍ରତିଶ୍ରୁତି ଦେଇଥିଲି। ଗତକାଲି ଆସିଥିବା ବଜେଟ୍  ଏଭଳି ଗ୍ୟାରେଣ୍ଟି ପୂରଣ କରିବାର ଏକ ଗ୍ୟାରେଣ୍ଟି।

ବିକାଶ ରୋକାଯାଇଛି, ଦିଲ୍ଲୀକୁ ‘ରାଜନୈତିକ ଏଟିଏମ୍‌’ରେ ପରିଣତ କରାଯାଇଛି

ଗତ କିଛି ବର୍ଷ ମଧ୍ୟରେ ଆମେ ଦେଶର ଗରିବ ଲୋକଙ୍କୁ ମାଗଣା ଚିକିତ୍ସା, ମାଗଣା ଖାଦ୍ୟଶସ୍ୟ ଏବଂ ପକ୍କା ଘର ଭଳି ଅନେକ ସୁବିଧା ପ୍ରଦାନ କରିଛୁ। ତେବେ ଦିଲ୍ଲୀରେ ଶାସନ କରୁଥିବା ଏହି ‘ଆପ୍‌ଦା’ ଲୋକଙ୍କୁ ବିକାଶକୁ ରୋକିଛି ଏବଂ ଦିଲ୍ଲୀକୁ ରାଜନୈତିକ ଏଟିଏମ୍‌ରେ ପରିଣତ କରିଛି। ବଜେଟ୍ ୨୦୨୫ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହା ଲୋକଙ୍କ ଆକାଂକ୍ଷାର ବଜେଟ୍। ଗତ ୧୦ ବର୍ଷରେ  ଭାରତର ଅର୍ଥନୀତି ୧୦ ନମ୍ବରରୁ ୫ ନମ୍ବରରେ ପହଞ୍ଚିଛି। ଅର୍ଥାତ୍ ଦେଶର ଅର୍ଥନୈତିକ ଶକ୍ତି ବୃଦ୍ଧି ପାଉଛି।   ବିଜେପିର ସଚ୍ଚୋଟ ସରକାର ଦେଶବାସୀଙ୍କ କଲ୍ୟାଣ ପାଇଁ ସୁଚିନ୍ତିତ ବିନିଯୋଗ କରୁଛି ଏବଂ ଦେଶର ଗରିବ ଓ ମଧ୍ୟବିତ୍ତ ଏହାଦ୍ବାରା ଉପକୃତ ହୋଇଛନ୍ତି। ଚଳିତ ବଜେଟ୍‌ ଏହାର ପ୍ରକୃଷ୍ଟ ଉଦାହରଣ ବୋଲି ମୋଦୀ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe