ବିଜେପି ବିରୋଧରେ ମାମଲା ରୁଜୁ କଲା ଆପ୍‌

Advertisment
ବିଜେପି ବିରୋଧରେ ମାମଲା ରୁଜୁ କଲା ଆପ୍‌

The New Indian Express

ଅମୃତସର : ‘ପଂଜାବ ସରକାର ଭାଙ୍ଗିବା ପାଇଁ ବିଜେପି ଚକ୍ରାନ୍ତ ଚଳାଇଛି ଏବଂ ଆପ୍‌ର ୧୦ ଜଣ ବିଧାୟକଙ୍କୁ ବିଜେପି ୨୫ କୋଟି ଟଙ୍କା ଦେଇ କିଣିବାକୁ ଚେଷ୍ଟା କରିଛି’ ବୋଲି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ ଅଭିଯୋଗ କରିଛନ୍ତି। ଏନେଇ ଆପ୍‌ ପକ୍ଷରୁ ଆଜି ପଂଜାବ ଡିଜିପି ଗୌରବ ଯାଦବଙ୍କ ନିକଟରେ ଏକ ଅଭିଯୋଗ ଦାଏର ହୋଇଛି।

ପଂଜାବ ଅର୍ଥମନ୍ତ୍ରୀ ହରପାଲ ସିଂହ ଚିମା ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଜେପି ବିଭିନ୍ନ ରାଜ୍ୟରେ ନିର୍ବାଚିତ ସରକାରକୁ ଭାଙ୍ଗି ଗଣତନ୍ତ୍ରର ହତ୍ୟା କରୁଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ବ୍ୟବହାର କରି ଏବଂ ବିଧାୟକଙ୍କୁ କିଣି ବିଜେପି ବିଭିନ୍ନ ରାଜ୍ୟରେ ସରକାର ଭାଙ୍ଗୁଛି। ପଂଜାବରେ ମଧ୍ୟ ସେମାନେ ସମାନ ଚେଷ୍ଟା କରିଛନ୍ତି। କିନ୍ତୁ ଆପ୍‌ ବିଜେପିର ଏଭଳି ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଛି ବୋଲି ସେ କହିଛନ୍ତି। ଚିମା କହିଛନ୍ତି, ଆପ୍‌ ପଂଜାବ ପୁଲିସ ମୁଖ୍ୟଙ୍କ ନିକଟରେ ସବୁ ପ୍ରମାଣ ଦାଖଲ କରିଛି ଏବଂ ଉକ୍ତ ଘଟଣାରେ ତଦନ୍ତ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe