ଆପ୍ ହେଉଛି କାହ୍ନା, ୧୦ବର୍ଷ ହେଲାଣି ରାକ୍ଷସଙ୍କୁ ବଧ କରିଆସୁଛି: ଅରବିନ୍ଦ କେଜ୍ରିୱାଲ

Advertisment
ଆପ୍ ହେଉଛି କାହ୍ନା, ୧୦ବର୍ଷ ହେଲାଣି ରାକ୍ଷସଙ୍କୁ ବଧ କରିଆସୁଛି: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଆପ୍ ହେଉଛି କାହ୍ନା, ୧୦ବର୍ଷ ହେଲାଣି ରାକ୍ଷସଙ୍କୁ ବଧ କରୁଛି। ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ଜନ ପ୍ରତିନିଧୀ ସମ୍ମିଳନୀକୁ ସମ୍ବୋଧିତ କରି ଏଭଳି କହିଛନ୍ତି। ଏଥି ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଯେଉଁମାନେ ଲାଲ କିଲାରୁ ଦେଶକୁ ସମ୍ବୋଧିତ କରି କହୁଛନ୍ତି କି ଆମେ ଦୁର୍ନୀତି ସହ ଲଢ଼େଇ କରୁଛୁ, ସେମାନେ ପ୍ରକୃତରେ ଦୁର୍ନୀତି ସହ ନୁହେଁ ଆମ୍ ଆଦମୀ ପାର୍ଟି ସହ ଲଢ଼ୁଛନ୍ତି।

କେଜ୍ରିୱାଲଙ୍କ କହିବା ମୁତାବକ, 'ଶ୍ରୀକୃଷ୍ଣଜୀ ଯେତେବେଳେ ଛୋଟ ଥିଲେ, ସେତେବେଳେ ତାଙ୍କୁ ସ୍ନେହପୂର୍ଣ୍ଣ ଭାବରେ କାହ୍ନା ବୋଲି ଡକାଯାଉଥିଲା। କାହ୍ନା ବହୁତ ବଡ଼ ବଡ଼ ରାକ୍ଷସଙ୍କୁ ବଧ କରିଥିଲା। ଆମ୍ ଆଦମୀ ପାର୍ଟି ମଧ୍ୟ ହେଉଛି କାହ୍ନା। କାରଣ ଆମ୍ ଆଦମୀ ପାର୍ଟି  ବଡ଼ ବଡ଼ ରାକ୍ଷସଙ୍କୁ ବଧ କରୁଛି। ଏହା ସହ ଦୁର୍ନୀତି, ବେକାରୀ, ମୁଦ୍ରାସ୍ଫୀତି ପରି ରାକ୍ଷସଙ୍କୁ ମଧ୍ୟ ବଧ କରୁଛି। ଯଦି ଅନ୍ୟ ଦଳମାନେ ଏହି କାମ କରିଥାନ୍ତେ, ତେବେ ଲୋକମାନେ ଆମକୁ ଗୋଇଠା ମାରି ତଡ଼ି ଦେଇଥାନ୍ତେ।

ସେ ଆହୁରି କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟିର ଚାରୋଟି ଜିନିଷକୁ ଲୋକେ ପସନ୍ଦ କରୁଛନ୍ତି। ତାହା ହେଲା ସଚ୍ଚୋଟତା, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ବିରୋଧୀ ଦଳଙ୍କ ଭାଷାରେ ମାଗଣା ରେବଡୀ। ଏହି ୪ଟି କାରଣ ପାଇଁ ଲୋକଙ୍କ ସମର୍ଥନ ଆମକୁ ମିଳୁଛି। ଏହି ସମର୍ଥନ ସହ ଆମେ ଦେଶକୁ ନଂ୧ କରିବାକୁ ଚାହୁଁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe