ସିଦ୍ଧୁଙ୍କୁ ‘ପଂଜାବ ରାଜନୀତିର ରାକ୍ଷୀ ସାୱନ୍ତ’ କହିଲେ ଆପ୍‌ ନେତା

ସିଦ୍ଧୁଙ୍କ ଜବାବ: ରାଘବ ଏବେ ବି ଆଦିମ ମଣିଷ ପର୍ଯ୍ୟାୟରେ

ସିଦ୍ଧୁଙ୍କୁ ‘ପଂଜାବ ରାଜନୀତିର ରାକ୍ଷୀ ସାୱନ୍ତ’ କହିଲେ ଆପ୍‌ ନେତା

Daily India

ନୂଆଦିଲ୍ଲୀ : ଆପ୍‌ ନେତା ରାଘବ ଚଢ଼ା ଆଜି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ‘ପଂଜାବ ରାଜନୀତିର ରାକ୍ଷୀ ସାୱନ୍ତ’ କହି ଅଡ଼ୁଆରେ ପଡ଼ିଯାଇଛନ୍ତି। ତାଙ୍କୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନା କରାଯାଇଛି। କୃଷି ଆଇନ ପ୍ରସଙ୍ଗରେ ଆପ୍‌ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମାଲୋଚନା କରି ପଂଜାବ କଂଗ୍ରେସ ମୁଖ୍ୟ ସିଦ୍ଧୁ ପୋଷ୍ଟ କରିଥିବା ଏକ ଭିଡିଓର ଜବାବ ଦେଇ ରାଘବ ଚଢ଼ା ଏହି ଟିପ୍ପଣୀ ଦେଇଛନ୍ତି।

ରାଘବ ଚଢ଼ା କହିଛନ୍ତି, ‘ପଂଜାବ ରାଜନୀତିର ରାକ୍ଷୀ ସାୱନ୍ତ ନବଜୋତ ସିଂହ ସିଦ୍ଧୁ କଂଗ୍ରେସ ହାଇକମାଣ୍ଡଠାରୁ ଗାଳି ଖାଇଛନ୍ତି। ତେଣୁ ଆଜି ପରିବର୍ତ୍ତନ ପାଇଁ ସେ ପୁଣି କେଜ୍ରିୱାଲ୍‌ଙ୍କ ପଛରେ ପଡ଼ିଛନ୍ତି। ଚଢ଼ାଙ୍କର ଏହି ମନ୍ତବ୍ୟ ପାଇଁ ସିଦ୍ଧୁ ତାଙ୍କୁ କଡ଼ା ଜବାବ ଦେଇଛନ୍ତି। ସିଦ୍ଧୁ କହିଛନ୍ତି, ରାଘବ ଚଢ଼ା ଏବେ ବି ଆଦିମ ମଣିଷ ପର୍ଯ୍ୟାୟରେ ରହିଛନ୍ତି। ଅନ୍ୟପକ୍ଷରେ ଆପ୍‌ ନେତା ଅନାବଶ୍ୟକ ଭାବେ ମହିଳାଙ୍କୁ ବଦାନମକରି ଏଭଳି ମନ୍ତବ୍ୟ ଦେବା ଏହି ଦଳ ପାଇଁ ବହୁତ ମହଙ୍ଗା ପଡ଼ିବ ବୋଲି କଂଗ୍ରେସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe