ଦି’ମାସିଆ ଛୁଆକୁ ଧରି ବିଧାନସଭାରେ ଆପ୍‌ ବିଧାୟିକା

ଦି’ମାସିଆ ଛୁଆକୁ ଧରି ବିଧାନସଭାରେ ଆପ୍‌ ବିଧାୟିକା

Image Courtesy of Yahoo News

ନୂଆଦିଲ୍ଲୀ: ଦୁଇ ମାସର ପୁଅ ଅଦ୍ୱୈତ ଅଭିନବ ରାୟକୁ ଧରି ସରକାରୀ ବିଧାନସଭା ବୈଠକକୁ ଆସିଛନ୍ତି ଆପ୍‌ ବିଧାୟିକା ସରିତା ସିଂହ। କେବଳ ଦିଲ୍ଲୀ ବିଧାନସଭା ନୁହେଁ, ଦିଲ୍ଲୀ ସଚିବାଳୟ, ରୋହତାସ ନଗର ନିର୍ବାଚନ ମଣ୍ଡଳୀସ୍ଥିତ ନିଜ ଅଫିସ୍‌କୁ ମଧ୍ୟ ସେ ପୁଅକୁ ଧରି ଯାଉଛନ୍ତି।
ବୁଧବାର ଦିନ ଶେଷ ହୋଇଥିବା ତିନିଦିନିଆ ବିଧାନସଭା ବୈଠକ ଆଲୋଚନାରେ ସିଂହ ନିଜର ବକ୍ତବ୍ୟ ଉପସ୍ଥାପନ କରିବାବେଳେ ବିଧାୟକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଲାଉଞ୍ଜ୍‌ରେ ଅନ୍ୟ ବିଧାୟକମାନେ ଅଦ୍ୱୈତର ତତ୍ତ୍ୱ ନେଇଥିଲେ।

ଶାଲିମାର ବାଗର ବିଧାୟକ ଏବଂ ପୂର୍ବତନ ଉପବାଚସ୍ପତି ବନ୍ଦନା କୁମାରୀ ତତା ଅନ୍ୟ ବିଧାୟିକା ଓ ବିଧାୟକମାନେ ଅଦ୍ୱୈତଙ୍କ ସହ ଖେଳୁଥିବାର ଦେଖା ଯାଇଥିଲା।

ଅଦ୍ୱୈତକୁ ନିରୋଳାରେ ସ୍ତନ୍ୟପାନ କରାଇବା ପାଇଁ ଉପବାଚସ୍ପତି ରାଖି ବିରଳା ସରିତାଙ୍କୁ ନିଜ କୋଠରି ଛାଡ଼ି ଦେଇଥିଲେ।

ନଭେମ୍ବର ୮ ତାରିଖରେ ଜନ୍ମିତ ଅଦ୍ୱୈତ ଜାନୁଆରି ପହିଲା ଠାରୁ ମା’ ସହିତ କର୍ମସ୍ଥଳୀକୁ ଯାଉଛନ୍ତି। ପୁଅକୁ କାହିଁକି କର୍ମସ୍ଥଳୀକୁ ଆଣୁଛନ୍ତି ବୋଲି ପଚାରନ୍ତେ ସେ ପିଲାର ଲାଳନପାଳନରେ ହେଳା କରିବେ ନାହିଁ ବୋଲି କହିଥିଲେ। ତା’ଛଡ଼ା ନିର୍ବାଚନ ମଣ୍ଡଳୀରେ ଅନେକ କାର୍ଯ୍ୟ ପଡ଼ିଥିବାରୁ ସେ ସବୁ ସାରିବା ପାଇଁ ପୁଅକୁ ସାଙ୍ଗରେ ନେଇ ବୁଲିବା ଛଡ଼ା ଅନ୍ୟ ଉପାୟ ନାହିଁ। ଏଥିରେ ଏ ଯାବତ୍‌ ମୋର କୌଣସି ଅସୁବିଧା ହୋଇ ନାହିଁ। କାମ କରିବା ସହ ଛୁଆକୁ ପାଖରେ ରଖିପାରିଥିବାରୁ ମତେ ଖୁବ୍‌ ଆନନ୍ଦ ଲାଗୁଛି ବୋଲି ସେ କହିଥିଲେ।

କ୍ରେସ୍‌ କିଂବା ଡେ’ କେୟାର୍‌ ସେଣ୍ଟର୍‌ ଆବଶ୍ୟକ ଅଛି କି ବୋଲି ପଚରା ଯିବାରୁ ସେ କହିଥିଲେ ଏ ବିଷୟରେ ସେ ଚିନ୍ତା କରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe