ଲାଇଭ ସୋ’ରେ ମହିଳା ସାମ୍ବାଦିକଙ୍କୁ ଅଭଦ୍ର ଭାଷାର ପ୍ରୟୋଗ କରିଲେ ଆମ୍‌ ଆଦମୀ ପାର୍ଟିର ବିଧାୟକ

Advertisment
ଲାଇଭ ସୋ’ରେ ମହିଳା ସାମ୍ବାଦିକଙ୍କୁ ଅଭଦ୍ର ଭାଷାର ପ୍ରୟୋଗ କରିଲେ ଆମ୍‌ ଆଦମୀ ପାର୍ଟିର ବିଧାୟକ

ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟି (ଆପ୍‌)ର ବିଧାୟକ ସୋମନାଥ ଭାରତୀ ଏକ ନିଉଜ୍‌ ଚ୍ୟାନଲରେ ଆଙ୍କରଙ୍କୁ ଅଭଦ୍ର ଭାଷାର ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଏ ନେଇ ନୋଏଡାର ସେକ୍ଟର-୩୯ ମହିଳା ଥାନାରେ ଏଫ ଆଇ ଆର୍‌ ବି ରୁଜ୍ଜ୍‌ୁ ହୋଇଛି।
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀର ବସନ୍ତକୁଂଜରେ ରହୁଥିବା ଜଣେ ମହିଳା ସାମ୍ବାଦିକ ନୋଏଡା ସେକ୍ଟର-୫୭ରେ ଥିବା ଏକ ନ୍ୟୁଜ୍‌ ଚାନେଲ୍‌ରେ କାମ କରନ୍ତି। ସେହି ମହିଳା ସାମ୍ବାଦିକ ବିଧାୟକ ସୋମନାଥ ଭାରତୀଙ୍କୁ ଅଞ୍ଚଳବାସୀଙ୍କ ଅସନ୍ତୋଷଙ୍କୁ ନେଇ ପ୍ରଶ୍ନ କରିଥିଲେ ସେହି ଚାନେଲର ଲାଇଭ ସୋ’ରେ। ଏହି ପ୍ରଶ୍ନ ଶୁଣିବା ମାତ୍ରେ ସୋମନାଥ ଭାରତୀ ରାଗିଗଲେ ଓ ମହିଳା ସାମ୍ବାଦିକଙ୍କୁ ଅଭଦ୍ର ଭାଷାର ପ୍ରୟୋଗ କରିଲେ। ଖାଲି ସେତିକି ନୁହେଁ ସେହି ନିଉଜ୍‌ ଚାନେଲ୍‌କୁ ବନ୍ଦ କରିଦେବାର ବି ଧମକ ଦେଲେ।

ମହିଳା ସାମ୍ବାଦିକଜଣକ ଉକ୍ତ କାର୍ଯ୍ୟକ୍ରମର ସିଡି ମଧ୍ୟ ପୁଲିସକୁ ଦେଇଥିବା ଜଣାଯାଇଛି। ମହିଳା ଥାନାର ଅଧିକାରୀ ସୀତା କୁମାରୀ କହିଛନ୍ତି ଯେ ଏହି ମାମଲାର ତଦନ୍ତ ଚାଲିଛି। ଅଭିଯୋଗକାରିଣୀଙ୍କ ବୟାନ୍‌ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ବି ରେକର୍ଡ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe