ଗିରଫ ହେଲେ ଆମ ଆଦମୀ ପାର୍ଟିର ବିଧାୟକ

ଆମଆଦମୀପାର୍ଟି ଏକ୍ସ ଜରିଆରେ ଏକ ପୋଷ୍ଟ କରି କହିଛି, ‘ଭଗବନ୍ତ ମାନ ସରକାରର ଭ୍ରଷ୍ଟାଚାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ। ଆଇନ ଠାରୁ କେହି ବି ଉଚ୍ଚ‌ରେ ନୁହେଁ। ସେ ନିଜର ହୁଅନ୍ତୁ ଅବା ପରର। ଦୁର୍ନୀତିକୁ ସହ୍ୟ କରାଯାଇ ପାରିବ ନାହିଁ।’

EQWR

ପଞ୍ଜାବ: ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ଆମ ଆଦମୀ ପାର୍ଟି (ଆପ)ର ବିଧାୟକଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଛି। ଗିରଫ ଆପ ବିଧାୟକଙ୍କ ନାମ ରମନ ଅରୋଡା ବୟସ ୫୪ବର୍ଷ।

ଭିଜିଲାନ୍ସ ସୂତ୍ରରୁ ପ୍ରକାଶ, ରମନ ଅରୋଡାଙ୍କ ବିରୋଧରେ ଅଭିଯୋଗ ହୋଇଛି କି ସେ କିଛି ଅଧିକାରୀଙ୍କ ସହମତିରେ ସାଧାରଣଲୋକଙ୍କ ପାଖକୁ ମିଥ୍ୟା ନୋଟିସ ପଠାଇଥିଲେ। ଏହି ନୋଟିସ ଆଧାରରେ ରମନ ଲୋକଙ୍କ ଠାରୁ ପୁଳାପୁଳା ଟଙ୍କା ହଡ଼ପ ବି କରିଛନ୍ତି। ଏହି ଘଟଣା ଜାଲନ୍ଧର ନଗର ନିଗମ ସହିତ ଜଡ଼ିତ ଥିବା ବେଳେ ଅରୋଡାଙ୍କ ଏହି ମାମଲାର ଯାଞ୍ଚ ଜାରି ରହିଛି।

ରମନ ଅରୋଡା ଜାଲନ୍ଧର ସେଣ୍ଟାଲ ବିଧାନସଭା ମଣ୍ଡଳର ବିଧାୟକ ରହିଥିବା ସହିତ ଆପ ସରକାରର ସେ ଜଣେ ଜଣାଶୁଣା ଚେହେରା। ନିକଟରେ ରାଜ୍ୟ ସରକାର ରମନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଫେରାଇ ‌ନେଇଥିଲେ। ରମନଙ୍କ ପାଖରେ ୧୪ଜଣିଆ ଗନମ୍ୟାନର ସୁରକ୍ଷା ଟିମ ରହିଥିଲେ।

ଏହାପରେ ରମନ ପ୍ରତିକ୍ରିୟା ଦେଇ କହିଥିଲେ, ‘ ସରକାରଙ୍କ ଏହି ନିଷ୍ପତ୍ତି ବିଷୟରେ ମୋତେ ଆଗୁଆ କୌଣସି ପ୍ରକାର ସୂଚନା ଦିଆଯାଇ ନଥିଲା।’

ଭିଜିଲାନ୍ସ ଅଧିକାରୀ ଏହି ଘଟଣାର ଯାଞ୍ଚ ସମୟରେ କିଛି ସ୍ପଷ୍ଟ ସୂଚନା ଦେଇ ନଥିବା ବେଳେ ଆମଆଦମୀପାର୍ଟି ଏକ୍ସ ଜରିଆରେ ଏକ ପୋଷ୍ଟ କରି କହିଛି, ‘ଭଗବନ୍ତ ମାନ ସରକାରର ଭ୍ରଷ୍ଟାଚାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ। ଆଇନ ଠାରୁ କେହି ବି ଉଚ୍ଚ‌ରେ ନୁହେଁ। ସେ ନିଜର ହୁଅନ୍ତୁ ଅବା ପରର। ଦୁର୍ନୀତିକୁ ସହ୍ୟ କରାଯାଇ ପାରିବ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe