କୁମାର ବିଶ୍ୱାସ କାଉ ବେଶରେ ଆସି ଖୁମ୍ପିଛନ୍ତି: ଆପ ବିଧାୟକ

Advertisment
କୁମାର ବିଶ୍ୱାସ କାଉ ବେଶରେ ଆସି ଖୁମ୍ପିଛନ୍ତି: ଆପ ବିଧାୟକ

ନୂଆଦିଲ୍ଲୀ: ବୁଧବାର ମୌସୁମୀ ଅଧିବେଶନରେ ଭାଗ ନେବାକୁ ସଂସଦ ଭବନ ଆସୁଥିବା ବେଳେ ରାଜ୍ୟସଭା ଏମ୍‌ପି ରାଘବ ଚଢା ଏକ ଅସ୍ବାଭାବିକ ପରିସ୍ଥିତିର ସାମ୍ନା କରିଥିଲେ। ସଂସଦ ଭବନ ବାହାରେ ଫୋନରେ କଥା ହେଉଥିବା ବେଳେ ରାଘବ କାଉ ଆକ୍ରମଣର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା। ସଂସଦ ଭବନ ବାହା‌ରେ ରାଘବ ଫୋନରେ କଥା ହୋଇ ହୋଇ ଆସୁଥିବାବେଳେ ହଠାତ ଏକ କାଉ ଆସି ରାଘବଙ୍କ ମୁଣ୍ଡକୁ ଖୁମ୍ପି ପକାଇଥିଲା। ରାଘବ କାଉ ଆକ୍ରମଣରେ ଭୟଭୀତ ହୋଇଯାଇଥିଲେ। ସେ ମୁଣ୍ଡ ତଳକୁ କରି ଘଟଣାସ୍ଥଳରୁ ଚାଲି ଆସିଥିଲେ। ତେବେ ଏହି ଘଟଣା ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପୋଷ୍ଟ ଦେଖିବାକୁ ମିଳୁଛି |

ଦିଲ୍ଲୀ ବିଜେପି ରାଘବଙ୍କୁ ଆକ୍ଷେପ କରି ଲେଖିଛି, ‘ଝୁଟ୍ ବୋଲେ କୋୱା କାଟେ’ କଥାରେ ଶୁଣିଥିଲୁ। ଆଜି ନିଜ ଆଖିରେ ଦେଖିଲୁ ମିଛ କହୁଥିବା ଲୋକଙ୍କୁ କେମିତି କାଉ ଖୁମ୍ପୁଛି।’ ତେବେ ରାଘବଙ୍କ ସମର୍ଥନରେ ବାହାରି ଆପ ବିଧାୟକ ଏମିତି ଏକ କଥା କହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି | ଜଣେ ଆପ ବିଧାୟକ ତାଙ୍କ ଟ୍ୱିଟରେ ଦାବି କରିଛନ୍ତି ଯେ କୁମାର ବିଶ୍ୱାସ ବୋଧହୁଏ କାଉ ବେଶରେ ଆସି ଖୁମ୍ପିଛନ୍ତି | ଆମ ଆଦମୀ ପାର୍ଟିର ଉତ୍ତର ନଗର ବିଧାୟକ ଥିବା ନରେଶ ବାଲାନ ଏହି ଟ୍ୱିଟ କରିଛନ୍ତି | ସେ ଲେଖିଛନ୍ତି ଯେ ଯୁବ କବି କୁମାର ବିଶ୍ୱାସ ରାଜ୍ୟସଭା ଯାଇପାରିନଥିବାରୁ ଛଦ୍ମବେଶରେ ସଂସଦରେ ପହଞ୍ଚିଛନ୍ତି। ସେ କାଉ ବେଶରେ ଆସି ଦଳୀୟ ସାଂସଦକୁ ଖୁମ୍ପିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe