ନିଲମ୍ବିତ ଆପ୍‌ ବିଧାୟକ ତାହିର ହୁସେନ୍‌ଙ୍କୁ ଗିରଫ କଲା ଇଡି

Advertisment
ଘରକୁ ଘର ବୁଲି ପ୍ରତିବାଦ କରିବ ଆପ୍‌

ନୂଆଦିଲ୍ଲୀ : ନିଲମ୍ବିତ ଆପ୍‌ ବିଧାୟକ ତାହିର ହୁସେନ୍‌ଙ୍କୁ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଛି। ପିଏମ୍‌ଏଲଏ,୨୦୦୨ର ବ୍ୟବସ୍ଥା ଅଧୀନରେ ତାହିର୍‌ଙ୍କୁ ଇଡି ଗିରଫ କରିଛି ଏବଂ ତାଙ୍କୁ ଦିଲ୍ଲୀର କଡ଼କଡ଼ଡୁମା କୋର୍ଟ‌୍‌ରୁ ୬ ଦିନ ପାଇଁ ରିମ‌ାଣ୍ଡ୍‌ରେ ନେଇଛି। ମନି ଲଣ୍ଡରିଂ ମାମଲା ଏବଂ ସିଏଏ ବିରୋଧୀ ଆନ୍ଦୋଳନକୁ ପାଣ୍ଠି ଯୋଗାଇଥିବା ମାମଲାରେ ତାହିରଙ୍କ ଭୂମିକା ଥିବା ନେଇ ପିଏମ୍‌ଏଲଏ ତଦନ୍ତ ଆଧାରରେ ଇଡି ତାହିର୍‌ଙ୍କୁ ଗିରଫ କରିଛି। ପୂର୍ବରୁ ଇଡି ତାହିର ହୁସେନ୍‌ ଏବଂ ତାଙ୍କ ସହଯୋଗୀ ଓ ସମ୍ପର୍କୀୟମାନଙ୍କ ଦିଲ୍ଲୀ, ନଏଡ଼ା ଏବଂ ଗ୍ରେଟର ନଏଡ଼ା ସ୍ଥିତ ବାସଭବନରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ତଦନ୍ତକାରୀ ସଂସ୍ଥା ଇଡି ହାତରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଥିଲା। ଏହି ତଥ୍ୟକୁ ଆଧାର କରି ଇଡି ଗତ କିଛି ଦିନ ଧରି ତାହିର୍‌ଙ୍କୁ ଜେରା କରୁଥିଲା। ପୂର୍ବରୁ ତାହିର୍‌ଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe