ନୂଆଦିଲ୍ଲୀ: ବୈଠକ ମଝିରେ ପିଟିଲେ ଲୋକେ। ଜୀବନ ବଞ୍ଚାଇବା ପାଇଁ ଦୌଡ଼ିଲେ ଆମ୍ ଆଦମୀ ପାର୍ଟି(ଆପ୍) ବିଧାୟକ। ଆପର ମଟିଆଲା ବିଧାୟକ ଗୁଲାବ ସିଂ ଯାଦବଙ୍କୁ ମାଡ ମରାଯାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାନୁସାରେ, ରାତି ପ୍ରାୟ ୮ଟାରେ ଶ୍ୟାମ ବିହାରରେ ବିଧାୟକ ତାଙ୍କ କାର୍ଯ୍ୟକର୍ତ୍ତାଙ୍କ ସହ ଏକ ବୈଠକ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ବୈଠକରେ କୌଣସି ବିଷୟକୁ ନେଇ ବିବାଦ ଆରମ୍ଭ ହେବା ପରେ କାର୍ଯ୍ୟକର୍ତ୍ତାମାନେ ବିଧାୟକଙ୍କୁ ମାଡ ମାରିବା ଆରମ୍ଭ କରିଥିଲେ। ତେବେ ଘଟଣାର ଭିଡିଓ ଭାଇରାଲ ହେଉଥିବା ବେଳେ ଆନୁଷ୍ଠାନିକ ଭାବେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ପ୍ରସଙ୍ଗରେ କୌଣସି ବିବୃତି ପ୍ରକାଶ କରାଯାଇ ନାହିଁ।
ବୈଠକରେ ବିଧାୟକଙ୍କୁ ମାଡ଼: ନିଜ କାର୍ଯ୍ୟକର୍ତ୍ତାମାନେ ପିଟିବାରୁ ବୈଠକ ଛାଡ଼ି ଦୌଡ଼ିଲେ ଆପ୍ ବିଧାୟକ
Advertisment
Follow Us