Advertisment

୬ମାସ ପରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ମିଳିଲା ଜାମିନ

Advertisment
୬ମାସ ପରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ୬ମାସ ପରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ମିଳିଲା ଜାମିନ । ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ଆଜି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ଦୁର୍ନୀତି ମାମଲାରେ ସେ ୬ମାସ ଜେଲରେ ଥିଲେ। ଏବେ ଜାମିନ ମିଳିବା ସହ ସେ ରାଜନୈତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିପାରିବେ ବୋଲି କହିଛନ୍ତି କୋର୍ଟ।

ସଞ୍ଜୟ ସିଂଙ୍କୁ ଗତ ବର୍ଷ ଅକ୍ଟୋବର ୪ରେ ଇଡି ଗିରଫ କରିଥିଲା। ୩ମାସ ଜେଲରେ ରହିବା ପରେ ହାଇକୋର୍ଟରେ ଆପ୍ ସାଂସଦ ଜାମିନ ଆବେଦନ କରିଥିଲେ। ହେଲେ ଇଡି ଏହାକୁ ବିରୋଧ କରିଥିଲା। ହାଇକୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ସଞ୍ଜୟ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହେଲେ ଇଡି ତାଙ୍କ ଆବେଦନକୁ ବିରୋଧ ନକରିବାରୁ ଏବେ ସଞ୍ଜୟ ସିଂହଙ୍କୁ ଜାମିନ୍ ପ୍ରଦାନ କରାଯାଇଛି।

ଅନ୍ୟପକ୍ଷରେ ସଞ୍ଜୟ ସିଂଙ୍କୁ ଜାମିନ ପ୍ରଦାନ କରାଯିବା ପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଆପ୍ ମନ୍ତ୍ରୀ ଅତିଶି ସ୍ୱାଗତ କରିଛନ୍ତି। ଜାମିନ ଖବରକୁ ସେୟାର କରିବା ଦିଲ୍ଲୀ ମନ୍ତ୍ରୀ ଏକ୍ସ‌ରେ ଲେଖିଛନ୍ତି, 'ସତ୍ୟମେବ ଜୟତେ'। ଏହା ସହ ସଞ୍ଜୟ ସିଂ ଜାମିନ ପାଇବା ପରେ ଆମ୍ ଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀ କହିଛନ୍ତି ଯେ ଆଜି ସତ୍ୟର ଜୟ ହୋଇଛି। ଆଜି ଏହା ପ୍ରମାଣିତ ହୋଇଛି ଯେ ବିଜେପି ଇଡିକୁ ବ୍ୟବହାର କରୁଛି। ଏହା ପ୍ରମାଣିତ ହୋଇଛି ଯେ ଆମ ବିରୋଧରେ ଇଡି ପାଖରେ କୌଣସି ପ୍ରମାଣ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe