ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମି ପାର୍ଟିକୁ ଭୋଟ୍ ଦେଇଛନ୍ତି ୬୦ ପ୍ରତିଶତ ମୁସଲମାନ ମତଦାତା !

Advertisment

ଆଇଏନଏସ ଓ ସି ଭୋଟରର ସର୍ଭେ

ଆଇଏନଏସ ଓ ସି ଭୋଟରର ସର୍ଭେ

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମି ପାର୍ଟିକୁ ଭୋଟ୍ ଦେଇଛନ୍ତି ୬୦ ପ୍ରତିଶତ ମୁସଲମାନ ମତଦାତା !

image source-india today

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲ୍ ଏବଂ ଏଜେନ୍‌ସିମାନଙ୍କ ଦ୍ବାରା କରାଯାଇଥିବା ଏକ୍‌ଜିଟ୍‌ ପୋଲ (ବୁଥ୍‌ ବାହୁଡ଼ା ମତ) ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ଏଥର ମଧ୍ୟ ଅରବିନ୍ଦ ‌କେଜରିୱାଲଙ୍କ ନେତୃତ୍ବାଧୀନ ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ପୁଣି ସରକାର ଗଠନ କରିବ। ଦିଲ୍ଲୀ ବିଧାନସଭାର ମୋଟ ୭୦ ଆସନରୁ ଆପ୍‌କୁ ୫୫ ଆସନ ମିଳିବ ବୋଲି ପ୍ରାୟ ସମସ୍ତ ଏକ୍‌ଜିଟ୍‌ ପୋଲରେ ଦେଖିବାକୁ ମିଳିଛି। ତେବେ ଏହି ସର୍ଭେରେ ରିପୋର୍ଟରେ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି।

publive-image image source-news18

ଆଇଏନଏସ ଓ ସି ଭୋଟର ଦ୍ୱାରା କରାଯାଇଥିବା ସର୍ଭେ ଅନୁସାରେ ଦିଲ୍ଲୀ ବିଧାନସଭା ମତଦାନରେ ମୁସଲମାନ ଭୋଟରଙ୍କ ମତଦାନ ହାର ଭଲ ରହିଛି । ଦିଲ୍ଲୀର ୭୦ଟି ବିଧାନସଭା କ୍ଷେତ୍ରରେ କରାଯାଇଥିବା ସର୍ଭେ ଅନୁସାରେ ୬୦ ପ୍ରତିଶତ ମୁସଲମାନ ମତଦାତା ଆମ୍ ଆଦମି ପାର୍ଟିକୁ ଭୋଟ୍ ଦେଇଛନ୍ତି। ଅପରପକ୍ଷରେ ବିଜେପି ସପକ୍ଷରେ ୧୮.୯ ପ୍ରତିଶତ ମୁସଲମାନ ମତଦାତା ଭୋଟ୍ ଦେଇଥିବା ଜଣାପଡ଼ିଛି । ଏକ୍ଷେତ୍ରରେ କିନ୍ତୁ କଂଗ୍ରେସ ଦଳ ପଛରେ ପଡ଼ିଯାଇଛି। ମୁସଲମାନ ଭୋଟର ସବୁଠାରୁ ବଡ଼ ଅଂଶ ନେଉଥିବା କଂଗ୍ରେସ ଦଳକୁ ମାତ୍ର ୧୪.୫ ପ୍ରତିଶତ ଦିଲ୍ଲୀର ମୁସଲମାନ ମତଦାତା ଭୋଟ୍ ଦେଇଥିବା କୁହାଯାଉଛି । ଆହୁରି ମଧ୍ୟ କୁହାଯାଉଛି ଯେ ମୁସଲମାନ ଭୋଟରମାନେ ଶେଷ ୪୮ ଘଣ୍ଟାରେ କଂଗ୍ରେସ ଛାଡ଼ି ଆମ ଆଦମି ପାର୍ଟିକୁ ଭୋଟ୍ ଦେଇଛନ୍ତି।
ଏହା ଫଳରେ ସିଏଏ ଏବଂ ଏନଆରସିକୁ ନେଇ ମୋଦୀ ସରକାରଙ୍କୁ ମୁସଲମାନ ବିରୋଧୀ ଦର୍ଶାଇ ଦେଶ ସାରା ଆନ୍ଦୋଳନ କରୁଥିବା କଂଗ୍ରେସ ଦଳକୁ ଜୋରଦାର ଝଟକା ଲାଗିଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe