ଆପ୍‌ ଘୋଷଣା କରିଥିବା ୧୧ ଜଣଙ୍କ ମଧ୍ୟରୁ ୬ ଜଣ ପରାଜିତ ପ୍ରାର୍ଥୀ

Advertisment

ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିସାରିିଛି। ସମୁଦାୟ ୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଆପ୍‌।

ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିସାରିିଛି। ସମୁଦାୟ ୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଆପ୍‌।

 NDTV

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିସାରିିଛି। ସମୁଦାୟ ୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଆପ୍‌।

ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆପ୍‌ର ବ୍ରହ୍ମା ସିଂ ତନୱାର ଛତ୍ରପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ବେଳେ ଅନୀଲ ଝା କିରାଡ଼ିରୁ ନିର୍ବାଚନ ଲଢ଼ିବେ।

ଦୀପକ ସିଂଲା ବିଶ୍ୱ ନାଗରରୁ ଏବଂ ସରିତା ସିଂ ରୋହତସ ନଗରରୁ ନିର୍ବାଚନ ଲଢ଼ିବେ। ସେହିପରି ଲକ୍ଷ୍ମୀ ନଗରରୁ ବିବି ତ୍ୟାଗୀ, ବାଦରପୁରରୁ ରାମ ସିଂହ ନେତାଜୀ, ସେଲାମପୁରରୁ ଜବେର୍‌ ଚୌଧୁରୀ, ସୀମାପୁରୀରୁ ଭିମ୍‌ ସିଂହ ଧିଙ୍ଗାନ ପ୍ରତିଦ୍ବନ୍ଦ୍ବିତ କରିବେ।

ଘୋଣ୍ଡାରୁ ଲଢ଼ିବେ ଗୌରଭ ଶର୍ମା, କରୱାଲ୍‌ ନଗରରୁ ମନୋଜ ତ୍ୟାଗୀ, ମାଟିଆଲାରୁ ମୌମେଶ ସୌଖୀନଙ୍କ ନାମ ଘୋଷଣା ‌କରିଛି ଦଳ।

ତେବେ ସବୁଠାରୁ ବଡ଼ କଥା ହେଉଛି ଆପ୍‌ ଯେଉଁ ୧୧ ଜଣଙ୍କ ନାମ ଘୋଷଣା କରିଛି ସେମାନଙ୍କ ମଧ୍ୟରୁ ୬ ଜଣ ପୂର୍ବରୁ ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି। 

ନିଜ ଦଳକୁ ଛାଡ଼ିଲେ ୩ ଜଣ ପୂର୍ବରୁ ବିଜେପିର ନେତା ଥିବା ବେଳେ ଅନେକ କଂଗ୍ରେସର ବି ନେତା ରହି ଆସିଛନ୍ତି। ତେବେ ଆପ୍‌ ଏଥର ତାହାର ୩ ଜଣ ବିଧାୟକଙ୍କୁ ଟିକେଟ୍‌ ଦେଇନାହିଁ। ପରବର୍ତ୍ତୀ ପ୍ରାର୍ଥୀ ତାଲିକାରେ ସେମାନେ ସ୍ଥାନ ପାଉଛନ୍ତି କି ନାହିଁ ଦେଖିବା ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe