ଜାତୀୟ ଦଳ ମାନ୍ୟତା ନିକଟତର ଆପ୍‌

ଜାତୀୟ ଦଳ ମାନ୍ୟତା ନିକଟତର ଆପ୍‌

india.com

ନୂଆଦିଲ୍ଲୀ : ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧୀନ ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ପଞ୍ଜାବ ବିଧାନସଭା ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ପାଇଛି। ପଞ୍ଜାବରେ ବିଜୟ ପରେ ଏହି ଦଳ ଜାତୀୟ ଦଳ ମାନ୍ୟତା ପାଇବାର ନିକଟବର୍ତ୍ତୀ ହୋଇଛି।

ବର୍ତ୍ତମାନ ଦେଶରେ ବିଜେପି ଓ କଂଗ୍ରେସ ସମେତ ୭ଟି ଜାତୀୟ ଦଳ ମାନ୍ୟତା ପାଇଛନ୍ତି। ‌ଜାତୀୟ ଦଳରେ ପରିଣତ ହେଲେ ଗୋଟିଏ ଦଳ ତା ଚିହ୍ନରେ ସବୁ ପ୍ରକାର ନିର୍ବାଚନ ଲଢ଼ିବା ସୁଯୋଗ ରହିଥାଏ। ଏଥିସହିତ ଦିଲ୍ଲୀରେ ଦଳୀୟ କାର୍ଯ୍ୟାଳୟ ପାଇବା ପାଇଁ ଯୋଗ୍ୟ ହୋଇଥାନ୍ତି। ସାଧାରଣ ନିର୍ବାଚନ ସମୟରେ ସେମାନଙ୍କୁ ଆକାଶବାଣୀ ଓ ଦୂରଦର୍ଶନରେ ପ୍ରସାରଣ ସୁବିଧା ମଳିଥାଏ। ସାଧାରଣ ନିର୍ବାଚନ ସମୟରେ ଏହି ଦଳଗୁଡ଼ିକ ୪୦ ଜଣ ପର୍ଯ୍ୟନ୍ତ ତାରକା ପ୍ରଚାରକଙ୍କୁ ଚୟନ କରି ପାରିଥାନ୍ତି।

ଜାତୀୟ ଦଳରେ ପରିଣତ ହେବାର ମାନଦଣ୍ଡ ହେଲା ଗୋଟିଏ ଦଳ କୌଣସି ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ଚାରିଟି କିମ୍ବା ଚାରିଟିରୁ ଅଧିକ ରାଜ୍ୟରେ ବୈଧ ଭୋଟର ଅତିକମ୍‌ରେ ୬ ପ୍ରତିଶତ ଆବଶ୍ୟକ। ଗତ ନିର୍ବାଚନରେ ଦିଲ୍ଲୀରେ ଆପ୍‌କୁ ୫୪ ପ୍ରତିଶତ ଭୋଟ୍ ମିଳିଥିଲା। ଚଳିତ ନିର୍ବାଚନରେ ଏହି ଦଳ ପଞ୍ଜାବରେ ୪୨ ପ୍ରତିଶତ, ଗୋଆରେ ୬.୭୭ ପ୍ରତିଶତ, ଉତ୍ତରାଖଣ୍ଡରେ ୩.୪ ପ୍ରତିଶତ ଏବଂ ଉତ୍ତର ପ୍ରଦେଶରେ ୦.୩ ପ୍ରତିଶତ ଭୋଟ୍ ପାଇଛି। ଏଥିସହିତ ଗୋଟିଏ ଦଳକୁ କୌଣସି ଗୋଟିଏ ରାଜ୍ୟ କିମ୍ବା ଏକାଧିକ ରାଜ୍ୟରୁ ୪ ଜଣ ଲୋକସଭାକୁ ନିର୍ବାଚିତ ହୋଇଥିବା ଆବଶ୍ୟକ। କିନ୍ତୁ ଆପ୍‌ର ବର୍ତ୍ତମାନ ଲୋକସଭାରେ ଭଗୱନ୍ତ ମାନ ଏକମାତ୍ର ସଦସ୍ୟ ରହିଛନ୍ତି। ଗୋଟିଏ ଦଳ ଲୋକସଭା ନିର୍ବାଚନରେ ଯଦି ୨ ପ୍ରତିଶତ ଆସନ ଜିତେ ତା’ହେଲେ ମଧ୍ୟ ଜାତୀୟ ଦଳ ମାନ୍ୟତା ପାଇପାରିବ। ତେବେ ଏହାର ସଦସ୍ୟମାନେ ଅତିକମ୍‌ରେ ୩ଟି ରାଜ୍ୟରୁ ନିର୍ବାଚିତ ହୋଇଥିବା ଆବଶ୍ୟକ। ତେଣୁ ଚଳିତବର୍ଷ ଗୁଜରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ବେଳକୁ ଆପ୍‌ ପାଇଁ ଜାତୀୟ ଦଳରେ ପରିଣତ ହେବା ସୁଯୋଗ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe